ଅଙ୍ଗଦାନ କଲେ ହିନ୍ଦୁ ନାବାଳିକା, ମୁସଲିମ ଯୁବକଙ୍କ ଶରୀରରେ ପ୍ରତିରୋପଣ ହେଲା ହୃତପିଣ୍ଡ
ବ୍ରେନ୍ଡେଡ୍ ଘୋଷିତ ଜଣେ ହିନ୍ଦୁ ନାବାଳିକାଙ୍କ ପରିବାର ମୃତ ନାବାଳିକାଙ୍କ ହୃତପିଣ୍ଡ ଓ ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଦାନ କରି ଜଣେ ମୁସଲିମ ଯୁବକଙ୍କ ସମେତ 4 ରୋଗୀଙ୍କ ଜୀବନ ରକ୍ଷା କରିଛନ୍ତି ।
ବେଙ୍ଗାଲୁରୁ: ମାନବିକତା ଆଗରେ ହାର ମାନିଛି ଧର୍ମ । ଆଜି କାଲିର ଧର୍ମକୁ ନେଇ ହେଉଥିବା ଦଙ୍ଗା ଠାରୁ ଉର୍ଦ୍ଧ୍ବରେ ଏହି ଘଟଣା । କର୍ଣ୍ଣାଟକରେ ଏପରି କିଛି ଉଦାହରଣ ଦେଖିବାକୁ ମିଳିଛି ।

ଜଣେ 15 ବର୍ଷୀୟା ହିନ୍ଦୁ ନାବାଳିକା ଏକ ଦୁର୍ଘଟଣାର ଶିକାର ହୋଇ ଧାରଓ୍ବାଦ ଏସଡିଏମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହସ୍ପିଟାଲରେ ତାଙ୍କୁ ବ୍ରେନଡେଡ ଘୋଷଣା କରିଥିଲେ ଡାକ୍ତର । ତେବେ ମୃତା ନାବାଳିକାଙ୍କ ପିତାମାତା ଅଙ୍ଗଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ମୃତ ନାବାଳାକାଙ୍କ ସମସ୍ତ ଆଭ୍ୟନ୍ତରୀଣ ଅଙ୍ଗ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଥିବାରୁ ଦୁଇଟି କିଡନି, ହୃତପିଣ୍ଡ ଓ ଲିଭର ଦାନ କରିବା ନେଇ ପରିବାର ଲୋକେ ମେଡିକାଲ କର୍ତ୍ତୁପକ୍ଷଙ୍କୁ ଜଣାଇଥିଲେ । ଏହାପରେ ସଫଳତାର ସହ ଏହି ଅଙ୍ଗ ଦାନ କରାଯାଇଥିଲା ।
ମେଡିକାଲ ଟିମ ଓ ସ୍ଥାନୀୟ ପ୍ରଶାସନ ଗ୍ରୀନ କରିଡର ମାଧ୍ୟମରେ ହୃତପିଣ୍ଡକୁ ଗୋଟିଏ ହସ୍ପିଟାଲରୁ ଆଉ ଏକ ହସ୍ପିଟାଲରେ ପହଞ୍ଚାଯାଇଥିଲା । ଅଭିଜ୍ଞ ଡାକ୍ତରଙ୍କ ଟିମ ଦ୍ବାରା ପ୍ରାୟ 6 ଘଣ୍ଟାରୁ ଅଧିକ ସମୟ ଧରି ଅପରେସନ ପରେ ଯୁବକଙ୍କ ଦେହରେ ସଫଳତାର ସହ ଏହି ହୃତପିଣ୍ଡକୁ ପ୍ରତିରୋପଣ କରାଯାଇଛି । ବର୍ତ୍ତମାନ ଉକ୍ତ ଯୁବକଙ୍କ ସ୍ବାସ୍ଥ୍ୟବସ୍ତା ମଧ୍ୟ ମଧ୍ୟ ଭଲ ରହିଥିବା ସୂଚନା ମିଳିଛି।












Click it and Unblock the Notifications