କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଆଶ୍ୱସ୍ତି: CBI ଆବେଦନକୁ ଖାରଜ କଲେ ହାଇକୋର୍ଟ

Relies To DK Shivkumar: କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ହାଇକୋର୍ଟ ପକ୍ଷରୁ ମିଳିଛି ଆଶ୍ୱସ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସିବିଆଇ ତଦନ୍ତ ଜାରି ରଖିବା ନେଇ ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । ଡି.କେ ଶିବକୁମାରଙ୍କ ବିରୋଧରେ କେନ୍ଦ୍ରୀୟ ସିବିଆଇର ଯାଞ୍ଚ ଅନୁମତିକୁ ରାଜ୍ୟ ସରକାର ପ୍ରତ୍ୟାହାର କରି ନେଇଥିଲେ । CBI ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି ଏହି ମାମଲା ଉପରେ ଶୁଣାଣି କରି ହାଇକୋର୍ଟ ଉଭୟ ଆବେଦନକୁ ଖାରଜ କରି ଦେଇଛନ୍ତି। ଡିକେ ଶିବକୁମାରଙ୍କ ବିରୋଧରେ ୭୫ କୋଟି ଟଙ୍କାର ହେରଫେର ଅଭିଯୋଗ ହୋଇଥିଲା ।


ସୂଚନାଥାଉ ଯେ, ୨୦୧୩ ରୁ ୨୦୧୮ ମଧ୍ୟରେ କର୍ଣ୍ଣାଟକରେ କଂଗ୍ରେସ କ୍ଷମତାରେ ଥିବା ସମୟରେ ଡିକେ ଶିବକୁମାରଙ୍କ ବିରୋଧରେ ୭୫ କୋଟି ଟଙ୍କାର ହେରଫେର ଅଭିଯୋଗ ହୋଇଥିଲା । ସିବିଆଇ ତଦନ୍ତ ଅନୁମତି ପ୍ରତ୍ୟାହାର କରି ନେଇଥିଲେ ରାଜ୍ୟ ସରକାର ପରେ ଏହି ମାମଲା ଲୋକାୟୁକ୍ତଙ୍କ ନିକଟକୁ ଯାଇଥିଲା ।

DK Shivkumar

ଅନ୍ୟପଟେ ସିବିଆଇ ଏହି ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା । ଯାହା ପରେ ଶିବକୁମାର ସିବିଆଇ ମାମଲାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଜି CBI ଆବେଦନକୁ ଖାରଜ କଲେ ହାଇକୋର୍ଟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+