Delhi Pollution: କେଜ୍ରିୱାଲ୍ ସରକାରଙ୍କ ବଡ଼ ନିଷ୍ପତ୍ତି, ଅର୍ଡ-ଇଭିନ୍, ଅଡ- ଇଭିନ୍ ସିଷ୍ଟମ ଶେଷ
Delhi Air Pollution: ଦିଲ୍ଲୀରେ ବାୟୁ ପ୍ରଦୂଷଣର ବିପଜ୍ଜନକ ସ୍ତରକୁ ହ୍ରାସ କରିବା ପାଇଁ କେଜ୍ରିୱାଲ ସରକାର ନଭେମ୍ବର 13 ରୁ ଏକ ସପ୍ତାହ ପର୍ଯ୍ୟନ୍ତ ଅଡ୍-ଇଭିନ୍ ନମ୍ବର ନିୟମ ଲାଗୁ କରାଯାଇଥିଲା । ଯାହାକୁ ନେଇ ଦିଲ୍ଲୀ ସରକାର ବର୍ତ୍ତମାନ ଏକ ବଡ ଘୋଷଣା କରିଛନ୍ତି। ଦୀପାବଳି ପରେ ରାଜଧାନୀ ଦିଲ୍ଲୀରେ ଆଉ ଲାଗୁ ହେବ ନାହିଁ ଯୁଗ୍ମ-ଅଯୁଗ୍ମ ନିୟମ । ବାସ୍ତବରେ, ଗତକାଲି ରାତିରେ ବର୍ଷା ପରେ ଶୁକ୍ରବାର ଦିନ ବାୟୁ ପ୍ରଦୂଷଣରୁ ମୁକ୍ତି ମିଳିଥିଲା, ଏହା ପରେ କେଜ୍ରିୱାଲ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ, ପ୍ରଦୂଷଣ ସ୍ତରରେ ଉନ୍ନତି ଦେଖାଯାଉଛି। AQI ହ୍ରାସ ପାଇ ପ୍ରାୟ 300 ରେ ପହଞ୍ଚିଛି । ଯେଉଁଥି ପାଇଁ ବର୍ତ୍ତମାନ 13ରୁ 20 ପର୍ଯ୍ୟନ୍ତ ଅଡ-ଇଭିନ୍ ଲାଗୁ କରିବାର ନିୟମକୁ ସ୍ଥଗିତ ରଖାଯାଇଛି ।
#WATCH | Delhi Environment Minister Gopal Rai says, "...an improvement is seen in the pollution level. The AQI which was 450+ has now reached around 300. The decision to implement odd-even from November 13 to 20 has been postponed. The situation would be analysed again after… pic.twitter.com/GF1kH8oW6Y
— ANI (@ANI) November 10, 2023
ଶୁକ୍ରବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ, ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି, "ଗତକାଲି ରାତିରୁ ଦିଲ୍ଲୀରେ ପାଗରେ ପରିବର୍ତ୍ତନ ହୋଇଛି । ପ୍ରଦୂଷଣ ସ୍ତରରେ କ୍ରମାଗତ ଉନ୍ନତି ଦେଖାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ AQI ଯାହା 450+ ଥିଲା ବର୍ତ୍ତମାନ ଏହା 300 ରେ ପହଞ୍ଚିଛି। ପ୍ରଦୂଷଣ ସ୍ତର ଆହୁରି କମିବ ବୋଲି ଆଶା କରାଯାଉଛି ।

ସେ ଆହୁରି କହିଛନ୍ତି ଯେ, ନଭେମ୍ବର 13 ରୁ 20 ପର୍ଯ୍ୟନ୍ତ ଅଡ-ଇଭିନ୍ ନମ୍ବର ଲାଗୁ କରିବାକୁ ନିଷ୍ପତ୍ତି ସ୍ଥଗିତ ରଖାଯାଇଛି। ଦୀପାବଳି ପରେ ସ୍ଥିତିକୁ ନଜରରେ ରଖି ପୁଣି ପରିସ୍ଥିତିକୁ ବିଶ୍ଳେଷଣ କରାଯିବ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications