ଏୟାର ଇଣ୍ତିଆ ଯାତ୍ରୀଙ୍କ ପାଇଁ ଋଷକୁ ଯିବ ରିଲିଫ୍ ବିମାନ
ନୂଆଦିଲ୍ଲୀ:ଏୟାର ଇଣ୍ତିଆ ଯାତ୍ରୀଙ୍କ ପାଇଁ ଋଷକୁ ଗଲା ରିଲିଫ୍ ବିମାନ । ଆଜି ଦିନ ୧ଟା ବେଳେ ମୁମ୍ବାଇରୁ ଏକ ରିଲିଫ୍ ବିମାନ ଋଷର ମଗଦାନ ଅଭିମୁଖେ ଯାତ୍ରା କରିବା ନେଇ ସୂଚନା ଦେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ଏହି ବିମାନ ଏୟାର ଇଣ୍ତିଆ ଯାତ୍ରୀମାନଙ୍କୁ ଆମେରିକାର ସାନ୍ ଫ୍ରାନସିସକୋରେ ପହଞ୍ଚାଇବ ।

ସୂଚନା ଅନୁସାରେ, ନୂଆଦିଲ୍ଲୀରୁ ସାନଫ୍ରାନସସକୋ ଯାଇଥିବା ଏୟାର ଇଣ୍ତିଆର ଏକ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିବାରୁ ମଙ୍ଗଳବାର ଦିନ ତାହାକୁ ଋଷର ମଗଦାନକୁ ନିଆଯାଇଥିଲା । ସମ୍ପ୍ରତି ବିମାନ ଚଳାଚଳ ନିୟମ ସଂକ୍ରନ୍ତ ସମସ୍ୟାର ସମ୍ମୁଖୀନ ହୋଇଥିବାରୁ ସେଥିରେ ଥିବା ଯାତ୍ରୀମାନଙ୍କୁ ଆଣିବା ପାଇଁ ଆଜି ଆଉ ଏକ ବିମାନକୁ ରୁଷ ମଗଦାନ ଯାତ୍ରା କରିବ ।
ଗଣମାଧ୍ୟମ ସୂଚନା ଅନୁସାରେ, ରୁଷର ରାଜଧାନୀ ମସ୍କୋଠାରୁ ପ୍ରାୟ ୧୦ ହଜାର କିଲୋମିଟର ଦୂରରେ ମଗଦାନରେ ଅବତରଣ କରିଥିବା ଏୟାର ଇଣ୍ତିଆର ଯାତ୍ରୀମାନଙ୍କୁ 'ଡର୍ମିଟାରି'ରେ ରଖାଯାଇଛି ।
ଯାନ୍ତ୍ରିକ ତ୍ରୁଟି ଯୋଗୁଁ 'ଭଟି-ଏଏଲଏଚ୍' ବିମାନଟିକୁ ଠିକ୍ କରିବା ପାଇଁ ଲୋକ ଓ ସାମଗ୍ରୀ ସହ ଏୟାର ଇଣ୍ତିଆ ରିଲିଫ୍ ବିମାନ ବି777-200 ଏଲଆର୍ ଭିଟି-ଏଏଲଏଫ୍ ପଠାଯିବ ।












Click it and Unblock the Notifications