ମୁକେଶ ଅମ୍ବାନୀ ପରିବାରକୁ ଧମକ, ମିଳିଲା ଜେଡ୍ ପ୍ଲସ ସିକ୍ୟୁରିଟି
ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରକୁ ଧମକ କଲ ଆସିଛି । କେହି ଜଣେ ବ୍ୟକ୍ତି ରିଲିୟାନ୍ସ ଫାଉଣ୍ଡେନସ ହସ୍ପିଟାଲର ନମ୍ବରରୁ ଏହି କଲ କରିଥିବା କୁହାଯାଉଛି ।
ମୁମ୍ବାଇ: ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରକୁ ଧମକ କଲ ଆସିଛି । ଆଜି ସକାଳ 10.30 ମିନିଚରେ କେହି ଜଣେ ବ୍ୟକ୍ତି ରିଲିୟାନ୍ସ ଫାଉଣ୍ଡେନସ ହସ୍ପିଟାଲର ନମ୍ବରରୁ ଏହି କଲ କରିଥିବା କୁହାଯାଉଛି । ଖବର ପାଇବା ପରେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି । ପୋଲିସ ସମସ୍ତ କଲ ରେକର୍ଡର ଯାଞ୍ଚ କରୁଛି । ଡାକ୍ତରଖାନା ସୁରକ୍ଷା ମଧ୍ୟ ବଢାଇ ଦିଆଯାଇଛି ।

କିଛି ଘଣ୍ଟାରେ କୌଣସି ଏକ ବଡ ଅଘଟଣ ଘଟାଇବା ନେଇ କଲରେ କହିଛି ଅଜଣା ବ୍ୟକ୍ତି ଜଣକ। କଲ କରିଥିବା ବ୍ୟକ୍ତି ନିଶ୍ଚୟ ଗିରଫ ହେବ ବୋଲି କହିଛନ୍ତି ମୁକେଶ ଆମ୍ବାନୀ । ପ୍ରାଥମିକ ତଦନ୍ତରୁ ପୋଲିସ କହିଛି କଲ କରିଥିବା ବ୍ୟକ୍ତି ଜଣେ ମାନସିକ ରୋଗୀ ବୋଲି ଜଣାପଡିଛି। ଆମ୍ବାନୀ ପରିବାରକୁ ଏହା ତୃତୀୟ ଧମକ କଲ ।
ମୁକେଶ ଅମ୍ବାନୀଙ୍କ ପରିବାରକୁ ଜେଡ୍ ପ୍ଲସ୍ ବର୍ଗର ସୁରକ୍ଷା ପ୍ରଦାନ କରାଯାଇଛି । ଯାହା ଅଧୀନରେ ସେମାନଙ୍କ ନିକଟରେ 55 ଜଣ ସୈନିକ ନିୟୋଜିତ ଅଛନ୍ତି। ଏଥିରେ ଜାତୀୟ ସୁରକ୍ଷା କର୍ମୀଙ୍କ 10 ଜଣ କମାଣ୍ଡୋ ମଧ୍ୟ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ଅମ୍ବାନୀ 20 ଜଣ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କୁ ମଧ୍ୟ ରଖିଛନ୍ତି ଏବଂ ତାଙ୍କ କନଭେନରେ ଚାଲୁଥିବା ଅନେକ ଯାନ ବୁଲେଟପ୍ରୁଫ୍ । ଗତ ବର୍ଷଠାରୁ ତାଙ୍କ ଘର ବାହାରେ ବିସ୍ଫୋରକ ମିଳିବା ପରେ ତାଙ୍କ ଘର ଚାରିପାଖରେ ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି।












Click it and Unblock the Notifications