Get Updates
Get notified of breaking news, exclusive insights, and must-see stories!

ରୁଷ ସେନାରେ ନିଯୁକ୍ତିକୁ ନେଇ ଭାରତ ଦେଲା ଚେତାବନୀ !

ଭାରତର ଆପତ୍ତି ସତ୍ତ୍ୱେ ଏବେ ବି ଅନେକ ଭାରତୀୟ ନାଗରିକ ରୁଷିଆ ସେନାରେ କାମ କରୁଛନ୍ତି । ଏନେଇ ଖବର ମିଳିବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏକ କଠୋର ପରାମର୍ଶ ଜାରି କରିଛି । ବୈଦେଶିକ ବ୍ୟାପାର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ନିକଟରେ ରୁଷ୍ ସେନାରେ ନିଯୁକ୍ତି ପାଇଥିବା ଭାରତୀୟ ନାଗରିକଙ୍କ ବିଷୟରେ ଆମେ ରିପୋର୍ଟ ଦେଖିଛୁ ।

ଗତ ଏକ ବର୍ଷ ମଧ୍ୟରେ ସରକାର ଅନେକ ଥର ଏଥିରେ ଥିବା ବିପଦକୁ ସୂଚାଇଛନ୍ତି ଏବଂ ଭାରତୀୟ ନାଗରିକମାନଙ୍କୁ ସତର୍କ କରାଇଛନ୍ତି । ଭାରତ ଉଭୟ ନୂଆଦିଲ୍ଲୀ ଓ ମସ୍କୋରେ ରୁଷ୍ କର୍ତ୍ତୃପକ୍ଷଙ୍କ ସହ ଏହି ପ୍ରସଙ୍ଗ ଉଠାଇଛି। ଭାରତ ନାଗରିକମାନଙ୍କୁ ଚେତବାନୀ ଦେଇ ରୁଷ୍ ସେନାରେ ନିଯୁକ୍ତି ପ୍ରଲୋଭନର ଶିକାର ନ ହେବାକୁ ପରାମର୍ଶ ଦେଇଛି । ବୈଦେଶିକ ବ୍ୟାପାର ମନ୍ତ୍ରାଳୟରେ ମୁଖପାତ୍ର କହିଛନ୍ତି ଯେ ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ ।

war

ରୁଷିଆ ଓ ୟୁକ୍ରେନ ମଧ୍ୟରେ 2022 ମସିହାରୁ ଯୁଦ୍ଧ ଲାଗି ରହିଛି । ଦୁଇ ଜଣ ଭାରତୀୟ ନାଗରିକଙ୍କ କହିବା କଥା ୟୁକ୍ରେନ ସହ ଯୁଦ୍ଧ ସମୟରେ ସେମାନେ ଧରା ପଡିଛନ୍ତି । ରୁଷ୍ ପକ୍ଷରୁ ସେମାନଙ୍କୁ ଯୁଦ୍ଧ କରିବାକୁ ବାଧ୍ୟ କରାଯାଉଛି । ସେମାନଙ୍କ ସହ ଆଉ 13 ଜଣ ଥିବା ସେମାନେ ଦାବି କରିଛନ୍ତି । ଦିଲ୍ଲୀରେ ଥିବା ରୁଷ ଦୂତାବାସ 10 ଅଗଷ୍ଟ, 2024 ରେ କହିଥିଲା ​​ଯେ ଏହା ଆଉ ଭାରତୀୟମାନଙ୍କୁ ନିଯୁକ୍ତି ଦେଉନାହିଁ । ହେଲେ ଏବେ ଏହି ଘଟଣା ସାମନାକୁ ଆସିବା ପରେ MEA ଭାରତୀୟଙ୍କୁ ରୁଷର୍ ପ୍ରଲୋଭନର ଶିକାର ନ ହେବାକୁ ସତର୍କ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+