Relationship Tips: ସ୍ଵାମୀଙ୍କୁ କହୁଛନ୍ତି କି ପୁରଣା ପ୍ରେମ ବିଷୟରେ ? ଜାଣନ୍ତୁ, ଏହି ତିନୋଟି ଟିପ୍ସ...

Relationship Advice: ବିବାହ, ଶବ୍ଦଟି ଯେତିକି ମଧୁର, ଦାୟିତ୍ୱ ମଧ୍ୟ ସେତିକି ଜଟିଳ । ପ୍ରତ୍ୟେକ ଦମ୍ପତି ନିଜ ସମ୍ପର୍କକୁ ବଜାୟ ରଖିବା ପାଇଁ ଯଥା ସମ୍ଭବ ଚେଷ୍ଟା କରନ୍ତି । ଯଦିଓ ବେଳେବେଳେ ଏହା ସମ୍ଭବ ହୁଏ ନାହିଁ ।

ପ୍ରେମ ପରେ ଏହି ସମ୍ପର୍କକୁ ଆଗକୁ ନେବା ଦାୟିତ୍ୱ ସେହି ଦମ୍ପତିଙ୍କ ହାତରେ ଥାଏ । ମାତ୍ର ଯଦି ସେମାନଙ୍କ ସମ୍ପର୍କରେ ଭଲ ବୁଝାମଣା ଏବଂ ସଚ୍ଚୋଟତା ଭଳି ଗୁରୁତ୍ୱପୂର୍ଣ୍ଣ ଜିନିଷ କମିଯାଏ । ତେବେ ସେଠାରେ ସମ୍ପର୍କ ଶେଷ ହୋଇଯାଏ । ତେଣୁ ସବୁବେଳେ ସତ ଓ ବିଶ୍ୱାସରୁ ସମ୍ପର୍କ ଗଢ଼ି ଉଠିବା ଆବଶ୍ୟକ ।

Relationship Tips

ବେଳେବେଳେ କିଛି ଲୋକଙ୍କ ପାଇଁ ଏକ ପରିସ୍ଥିତି ଦ୍ଵନ୍ଦ ସୃଷ୍ଟି କରେ, ଯେଉଁମାନେ ବିବାହ ପୂର୍ବରୁ ଆଉ କାହା ସହ ଲଭ୍ ରିଲେସନରେ ଥାଆନ୍ତି । କିଛି ଲୋକ ଏ ସବୁ ଭିତରେ ନିଷ୍ପତ୍ତି ନେଇ ପାରନ୍ତି ନାହିଁ କି ସେମାନେ କଣ କରିବେ। ଏ ବାବଦରେ ସେ ତାଙ୍କ ଲାଇଫ ପାର୍ଟନରଙ୍କୁ ଏ ବିଷୟରେ ଜଣାଇବେ କି ନାହିଁ । କିନ୍ତୁ ଏହି ଡ଼ର ବି ରୁହେ କି ଅତୀତରେ ବିତିଯାଇ ଥିବା ଘଟଣା ଆପଣଙ୍କ ଭବିଷ୍ୟତ ଉପରେ ପ୍ରଭାବ ନ ପକାଉ ବା ବର୍ତ୍ତମାନ ସମ୍ପର୍କ ଖରାପ ନହେଉ । ତେବେ ଜାଣନ୍ତୁ ଏ ବିଷୟରେ କିଛି ଟିପ୍ସ...

ସ୍ବାମୀଙ୍କୁ ଅତୀତ ପ୍ରେମ ବିଷୟରେ କହିବା ଉଚିତ କି ?

ରିଲେସନସିପ ଏକ୍ସପର୍ଟଙ୍କ କହିବା ଅନୁସାରେ, ଲାଇଫ ପାର୍ଟନରଙ୍କ ସହିତ ନୂଆ ଜୀବନ ଆରମ୍ଭ କରିବା ପୂର୍ବରୁ ତାଙ୍କୁ ନିଜ ଅତୀତ ବିଷୟରେ କହିବା ଉଚିତ୍‌ । ଏହା ଆପଣଙ୍କର ସତ୍ୟତା ଓ ନିଷ୍ଠାବାନ ଗୁଣକୁ ଦର୍ଶାଏ । ଯାହା ବାହାଘର ପରି ଗୋଟିଏ ସମ୍ପର୍କରେ ରହିବା ଏକାନ୍ତ ଆବଶ୍ୟକ ।

କାହା ସହିତ ନିଜ ଅତୀତ ଭଲପାଇବା ବିଷୟରେ କହିବା ପୂର୍ବରୁ ଭଲ ଭାବରେ ଚିନ୍ତା କରି ନେବା ଆବଶ୍ୟକ, ଯେ ସେ ଆପଣଙ୍କ ଏହି କଥାକୁ କିପରି ଗ୍ରହଣ କରିବେ । ଯଦି ଆପଣଙ୍କୁ ଲାଗୁଛି କି ଏ ବିଷୟରେ ତାଙ୍କୁ ନ ଜଣାଇବା ହିଁ ଭଲ ତେବେ ଆପଣ ଏହାକୁ ନିଜ ଭିତରେ ହିଁ ରଖିବା ଆବଶ୍ୟକ ।

କେମିତି କହିବେ ଅତୀତ ପ୍ରେମ ବିଷୟରେ ?

ମାନସିକ ସ୍ୱାସ୍ଥ୍ୟ ପରାମର୍ଶଦାତା କବିତା ମୁଙ୍ଗିଙ୍କ କହିବା ଅନୁଯାୟୀ, ଆପଣ ଆପଣଙ୍କର ଅତୀତ ବିଷୟରେ ପ୍ରକାଶ କରିବା ଅନେକ କାରଣ ଉପରେ ନିର୍ଭର କରେ । ଯେପରିକି ଆପଣ ଆପଣଙ୍କ ସାଥୀଙ୍କ ସହ ସମ୍ପର୍କ ବାଣ୍ଟୁଛନ୍ତି । ସେ କୁହନ୍ତି, "ଯଦି ଆପଣ ଆପଣଙ୍କ ଲାଇଫ ପାର୍ଟନର ସହିତ ଥିବା ସମ୍ପର୍କ ସଚ୍ଚୋଟତା ଉପରେ ଆଧାରିତ ଏବଂ ଆପଣ ଅତୀତକୁ ପ୍ରକାଶ କରିବା ଭଲ । ଯଦି ଆପଣଙ୍କୁ ଲାଗୁଛି, ଆମ ଭିତରେ ଥିବା ସମ୍ପର୍କ ସେତେ ନିବିଡ଼ ନୁହେଁ । ତେବେ ଆପଣ ଆପଣଙ୍କ ଅତୀତ ବିଷୟରେ କହିବା ଉଚିତ୍ ହେବ ନାହିଁ ।

Relationship Tips

ପ୍ରଥମ ଦେଖାରେ କୁହନ୍ତୁ ନାହିଁ...

କିଛି ସମୟରେ ଲୋକ ବଥାବାର୍ତ୍ତା ଆଗକୁ ବଢ଼ାଇବା ପରିବର୍ତ୍ତେ ସିଧାସଳଖ ନିଜ ଅତୀତ ବିଷୟରେ କହି ଦେଇଥାନ୍ତି । ଯାହା ଦ୍ବାରା ସାମ୍ନା ଲୋକ ତାଙ୍କ ସହ ସମ୍ପର୍କ ଗଢ଼ିବ କି ନାହିଁ ସେ ନେଇ ଚିନ୍ତାରେ ପଡ଼ିଯାଏ । ତେଣୁ ପ୍ରଥମ ଦେଖରେ କିଛି କୁହନ୍ତୁ ନାହିଁ । ପ୍ରଥମେ ଆପଣଙ୍କ ପାର୍ଟନରଙ୍କୁ ଜାଣିବାକୁ ଚେଷ୍ଟା କରନ୍ତୁ । ଯଦି କହିବା ଠିକ୍‌ ଭାବୁଛନ୍ତି । ତେବେ କୁହନ୍ତୁ ନଚେତ ଏହାକୁ ନିଜ ଭିତରେ ହିଁ ରଖି ନୂଆ ସମ୍ପର୍କ ଆରମ୍ଭ କରନ୍ତୁ । ଯଦି ଆପଣ ଭାବୁଛନ୍ତି କି ଏପରି କରିବା ଧୋକା ଦେବା ସହ ସମାନ, ଏପରି ଭାବିବା ଆପଣଙ୍କ ଭୁଲ ଆପଣ ଗୋଟିଏ ନୂଆ ସମ୍ପର୍କ ସହ ନୂଆ ଜୀବନ ମଧ୍ୟ ଆରମ୍ଭ କରୁଛନ୍ତି । ତେଣୁ ଅତୀତକୁ ପଛରେ ଛାଡ଼ି ଦେବା ଉଚିତ୍‌ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+