ରେଖା ଗୁପ୍ତା ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ ପାଇଲା ନୂଆ ମୁଖ୍ୟମନ୍ତ୍ରୀ । ରେଖା ଗୁପ୍ତା ହେଲେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ । ବିଧାୟକ ଦଳ ବୈଠକରେ ନାମ ଘୋଷଣା । ନାଁ ଘୋଷଣା ପରେ ରେଖା ଗୁପ୍ତାଙ୍କ ହାତରେ ରହିବ ଦିଲ୍ଲୀର ଶାସନ ଭାର । ବହୁ କଳ୍ପନା ଜଳ୍ପନା ପରେ ଶେଷରେ ରେଖାଙ୍କ ନାଁରେ ବାଜିଲା ମୁଖ୍ୟମନ୍ତ୍ରୀ ମୋହର ।

rekha gupta

ଦିଲ୍ଲୀ ରାଜନୀତିରେ ରେଖାଙ୍କର ବେଶ ଦବଦବା ରହିଛି । ଦିଲ୍ଲୀ ବିଜେପିର ମହାସଚିବ ଓ ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଥିବା ରେଖା ଗୁପ୍ତା ଦକ୍ଷିଣ ଦିଲ୍ଲୀ ନଗର ନିଗମ ମେୟର ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । ଆସନ୍ତାକାଲି ରାମଲୀଲା ମଇଦାନରେ ଦିଲ୍ଲୀ ସରକାର ଶପଥ ନେବେ ।

ଶପଥ ଗ୍ରହଣ ସମାରୋହ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ବେଳେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଆନୁଷ୍ଠାନିକ ଘୋଷଣା ବାକି ଅଛି । ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତାକୁ ଫେରିଛି ବିଜେପି । ଦିଲ୍ଲୀର ୭୦ ବିଧାନସଭା ଆସନ ମଧ୍ୟରୁ ୪୮ଟି ଆସନରେ ଜିତି ଆମ ଆଦମୀ ପାର୍ଟି ହାତରୁ କ୍ଷମତା ଛଡାଇ ନେଇଛି ବିଜେପି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+