ଟିକେଟ ଦେଲାନି ଏହି ଦଳ, କାନ୍ଦିଲେ ବିଧାୟକ, ପରେ ହୋଇଗଲେ ନିଖୋଜ
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଶାସକ ମାହାୟୁତି ମେଣ୍ଟରେ ବିଦ୍ରୋହ ତେଜିବାରେ ଲାଗିଛି। ବିଜେପି-ଏକନାଥ ସିନ୍ଦେଙ୍କ ଶିବସେନା ଓ ଅଜିତ ପାୱାରଙ୍କ ଏନସିପି ମିଳିତ ଭାବେ ନିର୍ବାଚନ ଲଢ଼ୁଛନ୍ତି। ହେଲେ ସବୁ ଦଳ ମଧ୍ୟରେ ଟିକେଟ ବଣ୍ଟାକୁ ନେଇ ଅସନ୍ତୋଷ ତୀବ୍ର ହୋଇଛି।
ଏହି ସବୁ ମଧ୍ୟରେ କିଛି ନେତା ଟିକେଟ ମିଳିବା ଉପରେ ଖୁସି ଅଛନ୍ତି ତ କିଛି ଟିକେଟ କଟିଯିବାରୁ ନାରାଜ ଅଛନ୍ତି । ଏହା ବି ଦେଖିବାକୁ ମିଳିଥିଲା କି ଟିକେଟ କଟିବା ଉପରେ ଜନୈକ ନେତା କାନ୍ଦିବାକୁ ଲାଗିଥିଲେ । ଟିକେଟ ନ ମିଳିବା ଦ୍ବାରା ଶ୍ରୀନିବାସ ବନଗାଙ୍କ ଦୁଃଖ ସାମ୍ନାକୁ ଆସିଥିଲା । ସେ କହିଥିଲେ କି ଉଦ୍ଧବ ଠାକରେ ଆମ ଲାଗି ଭଗବାନ ଥିଲେ । କିନ୍ତୁ ଏକନାଥ ସିନ୍ଦେ ଆମକୁ ଧୋଖା ଦେଲେ । ସେ କାଲି ସନ୍ଧ୍ୟା ୬ଟାବେଳୁ କେଉଁଆଡ଼େ ନିଖୋଜ ଥିବା କୁହାଯାଉଛି ।

ଉଦ୍ଧବ ବାଲାସାହେବ ଠାକରେ(ୟୁବିଟି) ଛାଡ଼ିବା ଭୁଲ ଥିଲା ବୋଲି ସ୍ୱୀକାର କରିଥିଲେ। ଏହାବାଦ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଦଳର ବିଶ୍ୱସ୍ତ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିପାରି ନଥିବା ମଧ୍ୟ ସେ କହିଥିଲେ। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ସୋମାବର ସନ୍ଧ୍ୟାରୁ ସେ ଅନ୍ତର୍ଧାନ ହୋଇଯାଇଛନ୍ତି। ପରିବାର ଲୋକଙ୍କ ସହ ମଧ୍ୟ ସେ ଯୋଗାଯୋଗରେ ନାହାନ୍ତି। ପୁଲିସ୍ ଟିମ ତାଙ୍କ ଘରେ ଯାଞ୍ଚ କରିବା ପରେ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଖୋଳତାଡ଼ କରୁଛି। ସମୟ ବିତିବା ସହ ପରିବାର ଲୋକ ମଧ୍ୟ ଅନେକ ଆଶାଙ୍କାରେ ରହିଛନ୍ତି।
ଭାଙ୍ଗାଙ୍କ ପତ୍ନୀ ସୁମନଙ୍କ କହିବା କଥା ଯେ ସୋମବାର ସନ୍ଧ୍ୟା ୭ଟାରୁ ତାଙ୍କ ଫୋନ ଲାଗୁନାହିଁ। ତାଙ୍କ ପାଖରେ ଥିବା ଦୁଇଟି ଯାକ ମୋବାଇଲ ଅଫ ରହିଛି। ଭାଙ୍ଗା ଘର ଛାଡ଼ିବା ବେଳେ ଗୋଟିଏ ବ୍ୟାଗ ସାଙ୍ଗରେ ନେଇଛନ୍ତି। ସମ୍ଭବତଃ କିଛି ପୋଷାକ ଏଥିରେ ରହିଥିଲା। ତେଣୁ ସେ ସହର ଛାଡ଼ି ଥିବା ଆଶଙ୍କା କରାଯାଉଛି।












Click it and Unblock the Notifications