ଆଜିଠୁ ଆରମ୍ଭ ହେବ UPSC ପରୀକ୍ଷୀ ପାଇଁ ରେଜିଷ୍ଟ୍ରେସନ୍
UPSC CSE Notification: ଆଜିଠୁ ଆରମ୍ଭ ହେବ ୟୁପିଏସସି ପରୀକ୍ଷୀ ପାଇଁ ରେଜିଷ୍ଟ୍ରେସନ୍ । 22 ଜାନୁଆରୀ 2025 ରେ ସିଭିଲ୍ ସର୍ଭିସେସ୍ ପରୀକ୍ଷା (CSE) 2025 ବିଜ୍ଞପ୍ତି ପ୍ରକାଶ କରିବ। ଏହା ସହିତ, CSE ପ୍ରିଲିମିନାରୀ ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବ। ପରୀକ୍ଷାର୍ଥୀ UPSCର ଅଫିସିଆଲ୍ ୱେବସାଇଟ୍ upsc.gov.inରେ ଚଳିତ ବର୍ଷର ପାଠ୍ୟକ୍ରମ ଏବଂ ପରୀକ୍ଷା ପ୍ୟାଟର୍ନ ଯାଞ୍ଚ କରିପାରିବେ।

ଏହି ପରୀକ୍ଷାକୁ ଦେଶର ସବୁଠାରୁ ପ୍ରତିଷ୍ଠିତ ଏବଂ ଚ୍ୟାଲେଞ୍ଜିଂ ପରୀକ୍ଷା ମଧ୍ୟରୁ ଗୋଟିଏ ଭାବେ ବିବେଚନା କରାଯାଏ । ଯାହା ମାଧ୍ୟମରେ ଭାରତୀୟ ପ୍ରଶାସନିକ ସେବା (IAS), ଭାରତୀୟ ପୋଲିସ ସେବା (IPS), ଏବଂ ଭାରତୀୟ ରାଜସ୍ୱ ସେବା (IRS) ଭଳି ଉଚ୍ଚ ପଦବୀ ପାଇଁ ପ୍ରାର୍ଥୀ ମାନେ ପରୀକ୍ଷା ଦେଇଥାନ୍ତି ।ପୂର୍ବ ବର୍ଷଗୁଡ଼ିକରେ, UPSC CSE ବିଜ୍ଞପ୍ତି ଫେବୃଆରୀରେ ପ୍ରକାଶିତ ହେଉଥିଲା, କିନ୍ତୁ ଏଥର କମିଶନ ଏହାକୁ ଜାନୁଆରୀରେ ହିଁ ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଛି।
UPSC ଗତ ବର୍ଷ ସିଭିଲ ସେବା ପରୀକ୍ଷା ପାଇଁ 1,056 ପଦବୀ ଏବଂ ଭାରତୀୟ ବନ ସେବା (IFoS) ପାଇଁ 150 ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲା। ଚଳିତ ବର୍ଷ କେତେ ପଦବୀରେ ନିଯୁକ୍ତି ଦିଆଯିବ ତାହା ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସ୍ପଷ୍ଟ ହେବ।












Click it and Unblock the Notifications