ଲାଲ୍କିଲ୍ଲା ବିସ୍ଫୋରଣ: ବିସ୍ଫୋରଣ ପୂର୍ବରୁ ୬ ଜିଲ୍ଲାର ୧୨ରୁ ଅଧିକ ସ୍ଥାନରେ ଚକ୍କର କାଟିଥିଲା
ଲାଲ୍କିଲ୍ଲା ବିସ୍ଫୋରଣ: ସିସିଟିଭି ଫୁଟେଜରୁ ଆସିଲା ସାଙ୍ଘାତିକ ତଥ୍ୟ । ବିସ୍ଫୋରଣ କରିଥିବା i20 କାର୍ରେ ଅଧା ଦିଲ୍ଲୀ ବୁଲିଥିଲା ଆତଙ୍କୀ ଉମର। ବିସ୍ଫୋରଣ ପୂର୍ବରୁ ୬ ଜିଲ୍ଲାର ୧୨ରୁ ଅଧିକ ସ୍ଥାନରେ ଚକ୍କର କାଟିଥିଲା। ଫରିଦାବାଦ୍ରୁ ବାହାରି ବଦରପୁର ସୀମା ଦେଇ ଦିଲ୍ଲୀରେ ପ୍ରବେଶ କରିଥିଲା ।
ସାଉଥ୍ ଇଷ୍ଟ୍ ଦିଲ୍ଲୀ, ଇଷ୍ଟ୍ ଦିଲ୍ଲୀ, ସେଣ୍ଟ୍ରାଲ୍ ଦିଲ୍ଲୀର ବିଭିନ୍ନ ଅଞ୍ଚଳ ବୁଲିଥିଲା । ଅଶୋକ ବିହାର, ରୋହତକ୍ ରୋଡ୍, କାଶ୍ମିରୀ ଗେଟ୍, ଦରିଆଗଞ୍ଜ ଯାଇଥିଲା । ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ୱେ ନିକଟ ଏକ ଢାବାରେ ଉମରକୁ ଦେଖିବାକୁ ମିଳିଥିଲା। ବିସ୍ଫୋରଣ ପୂର୍ବରୁ ଆତଙ୍କୀ ଡାକ୍ତର ଉମର ରେକି କରୁଥିବା ଅନୁମାନ।













Click it and Unblock the Notifications