ପ୍ରବଳ ଗରମ ଓ ଗୁଳୁଗୁଳି ସହ ତାତିରେ ଭାଜି ହେଲା ରାଜଧାନୀ ଦିଲ୍ଲୀ , ୪୫ ଡିଗ୍ରି ପାର ହେଲା ତାପମାତ୍ରା
ଜୁନରେ ଜଳୁଛି ଦିଲ୍ଲୀ, ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ପ୍ରବଳ ଖରା ସାଙ୍ଗଙ୍କୁ ଅସହ୍ୟ ଗୁଳୁଗୁଳିରେ ଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଆଗାମୀ ରେଡ୍ ଆର୍ଲଟ ଜାରି କରାଯାଇଛି । ଦିଲ୍ଲୀର ଅନେକ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ୪୫.୫ ଡିଗ୍ରୀ ସେଲସିୟସରେ ପହଞ୍ଚିଛି। ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ଯେ ଦିଲ୍ଲୀ-NCRର ଅନେକ ସ୍ଥାନରେ ହିଟୱେଭ୍ ପରିସ୍ଥିତି ହେବାର ସମ୍ଭାବନା ଅଛି। ତାପମାତ୍ରା ୪୪ ଡିଗ୍ରୀ ସେଲସିୟସରୁ ୪୬ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ। ସଫଦରଜଙ୍ଗରେ ୪୩.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି, ଆୟାନଗରରେ ସର୍ବାଧିକ ୪୫.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

ଆଜି ସକାଳେ ଦିଲ୍ଲୀରେ ଗୁଳୁଗୁଳି ପ୍ରାୟତଃ ୩୯ ପ୍ରତିଶତ ରହିଥିଲା। IMD ପକ୍ଷରୁ ସୂଚନା ଆସିଛି ଯେ ଦିଲ୍ଲୀ, ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନ ସମେତ ଉତ୍ତର-ପଶ୍ଚିମ ଭାରତରେ ପ୍ରବଳ ଗରମ ୧୨ ଜୁନ୍ ପର୍ଯ୍ୟନ୍ତ ଜାରି ରହିବ। ୧୪ରୁ ହାଲୁକା ବର୍ଷା ଏବଂ ଘଡ଼ଘଡ଼ି ଆଂଶିକ ଆଶ୍ୱସ୍ତି ଆଣିପାରେ।












Click it and Unblock the Notifications