ରେକର୍ଡ କଲେ ଅର୍ଥମନ୍ତ୍ରୀ , ଗୋଟେ ଘଣ୍ଟା ୧୪ ମିନିଟ୍ ରଖିଲେ ବଜେଟ୍ ଅଭିଭାଷଣ
ଉପସ୍ଥାପିତ ହେଲା ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପିତ କଲେ ବଜେଟ୍ । ବିଭିନ୍ନ କ୍ଷେତ୍ର ପାଇଁ ଏହି ବଜେଟରେ ବଡ ଘୋଷଣା କରାଯାଇଥିବା ବେଳେ ଠିକ୍ ଦିନ ୧୧ଟା ସମୟରେ ଅର୍ଥମନ୍ତ୍ରୀ ବଜେଟ୍ ଅଭିଭାଷଣ ରଖିଥିଲେ । ଏବଂ ୧ ଘଣ୍ଟା ୧୪ ମିନିଟ୍ ବଜେଟ୍ ଉପସ୍ଥାପନ କରି ନିଜ ବଜେଟ୍ ଅଭିଭାଷଣ ସମାପ୍ତ କରିଥିଲେ । ଅର୍ଥମନ୍ତ୍ରୀ ଭାବେ ନିର୍ମଳା ୮ମ ଥର ପାଇଁ ଲଗାତାର ବଜେଟ୍ ଉପସ୍ଥାପନ କରି ରେକର୍ଡ କରିଛନ୍ତି ।

ତେବେ କେନ୍ଦ୍ର ବଜେଟରେ ମଧ୍ୟବିତ୍ତଙ୍କୁ ଖୁସି କରିବାକୁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନର୍ମଳା ସୀତାରମଣ । ଆୟକର ଛାଡ଼ସୀମା ୧୨ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି । ଆୟକର ରିଟର୍ଣ୍ଣ ଫାଇଲ୍ କରିବାର ସମୟସୀମାକୁ ୨ ବର୍ଷରୁ ୪ ବର୍ଷକୁ ବୃଦ୍ଧି କରାଯାଇଛି। କହିବାକୁ ଗଲେ ଏହି ଘୋଷଣା ମଧ୍ୟବିତ୍ତଙ୍କ ଉପରେ ମହାଲକ୍ଷ୍ମୀଙ୍କ କୃପା ବୋଲି ବି କୁହାଯାଇପାରେ ।
କ୍ରିମ ରଙ୍ଗର ଶାଢି ପିନ୍ଧି ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପନା କରିଥିବା ବେଳେ ଏହା ବିହାରର ମଧୁବନୀ ଶାଢି ଯାହାକୁ ପଦ୍ମଶ୍ରୀ ଦୁଲାରୀ ଦେବୀଙ୍କ ସମ୍ମାନିରେ ସେ ଆଜି ପିନ୍ଧିଛନ୍ତି । ପଦ୍ମଶ୍ରୀ ଦୁଲାରୀ ଦେବୀ ଅର୍ଥମନ୍ତ୍ରୀଙ୍କୁ ଏହି ଶାଢିଟି ଉପହାର ଦେଇ ବଜେଟ୍ ଦିନ ପିନ୍ଧିବାକୁ କହିଥିଲେ ।
ସେପଟେ ଅନେକ ବଡ ବଡ ଘୋଷଣା ବଜେଟରେ ଅର୍ଥମନ୍ତ୍ରୀ କରିଥିବା ବେଳେ ଭାରତକୁ ଖେଳନା ତିଆରିର ବିଶ୍ଵସ୍ତରୀୟ କେନ୍ଦ୍ର କରିବାକୁ ଲକ୍ଷ୍ୟ ରଖାଯାଇଛି, ଖେଳନା ପାଇଁ ଆରମ୍ଭ ହେବ ବଡ ଯୋଜନା । ଉଡାଣ ଯୋଜନାରେ ଉପକୃତ ହେବେ ଦେଢ କୋଟି ଲୋକ ଏବଂ ୧୦ ବର୍ଷରେ ତିଆରି ହେବ ୧୨୦ ବିମାନବନ୍ଦର । ପାହାଡି ଇଲାକାରେ ନିର୍ମାଣ ହେବ ହେଲିପ୍ୟାଡ୍ ଓ ବିମାନବନ୍ଦର ।












Click it and Unblock the Notifications