ପ୍ରବଳ ବର୍ଷାରେ ଉବୁଡୁବୁ କଲକାତା, ବାତିଲ୍‌ ହେଲୋ ୩୦ଟି ବିମାନ ଚଳାଚଳ

କଲକାତାରେ ସୋମବାର ବିଳମ୍ବିତ ରାତିରୁ ପ୍ରବଳରୁ ଅତି ପ୍ରବଳରୁ ବର୍ଷା ହୋଇଛି। ଫଳରେ ସହର ସାରା ଜନଜୀବନ ପ୍ରଭାବିତ ହୋଇଛି। ଯାତାୟାତ ବ୍ୟବସ୍ଥା ଠପ୍ ହୋଇଯାଇଛି। ଦୁର୍ଗାପୂଜା ଉତ୍ସବ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ପୃଥକ ପୃଥକ ଘଟଣାରେ ଅତି କମରେ ସାତ ଜଣ ଲୋକ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଛନ୍ତି।

ଯାହା ବନ୍ୟାର ଗମ୍ଭୀର ପ୍ରଭାବକୁ ସ୍ପଷ୍ଟ କରିଛି। ତେବେ ସହରରେ ପ୍ରବଳ ବର୍ଷା ଯୋଗୁ କୋଲକାତା ବିମାନବନ୍ଦର ରନୱେ ଜଳପୂର୍ଣ୍ଣ ଥିବା ଦୃଶ୍ୟ ଦେଖାଯାଇଥିବାରୁ ଅତି କମରେ ୩୦ଟି ବିମାନ ଉଡ଼ାଣକୁ ବାତିଲ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଅନୁଯାୟୀ, ସହରରେ ମାତ୍ର ତିନି ଘଣ୍ଟା ମଧ୍ୟରେ ୧୮୫ ମିମି ବର୍ଷା ରେକର୍ଡ କରାଯାଇଛି, ଯାହା ବର୍ଷକ ମଧ୍ୟରେ ସର୍ବାଧିକ।

PLANE CRASH

ମୋଟାମୋଟି ଭାବରେ, ଆଲିପୁରରେ ୨୪ ଘଣ୍ଟା ମଧ୍ୟରେ ୨୪୭.୫ ମିମି ବର୍ଷା ହୋଇଛି ଏବଂ ଅନେକ ପଡ଼ୋଶୀ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଯାହା ରାସ୍ତା, ଘର ଏବଂ ବଜାରକୁ ବୁଡ଼ାଇ ଦେଇଛି। ଏହି ବର୍ଷା ରେଳ ଏବଂ ମେଟ୍ରୋ ସେବାକୁ ବାଧାପ୍ରାପ୍ତ କରିଛି, ଅନେକ ଦୂରଗାମୀ ଟ୍ରେନର ସମୟସୂଚୀ ପରିବର୍ତ୍ତନ ହୋଇଛି ଓ ଏହି ବର୍ଷା ଦଶହରା ପ୍ରସ୍ତୁତିକୁ ବାଧା ଦେଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+