ଜାନୁଆରୀରେ ରେକର୍ଡ GST ସଂଗ୍ରହ ୧.୯୩ ଲକ୍ଷ କୋଟି,
ଜାନୁଆରୀରେ ରେକର୍ଡ GST ସଂଗ୍ରହ ୧.୯୩ ଲକ୍ଷ କୋଟି, ଗତ ବର୍ଷ ତୁଳନାରେ ୬.୨% ଅଧିକ GST ଆଦାୟ ମୁଖ୍ୟତଃ ଆମଦାନୀ ଶୁଳ୍କରେ ବୃଦ୍ଧି ଯୋଗୁଁ ଏହି ସଫଳତା ମିଳିଥିବା ଜଣାପଡ଼ିଛି।

ଜାନୁଆରୀ ମାସର GST ରିପୋର୍ଟ ଅନୁଯାୟୀ, ଘରୋଇ କାରବାର ଅପେକ୍ଷା ଆମଦାନୀ କ୍ଷେତ୍ରରୁ ଅଧିକ ରାଜସ୍ୱ ଆସିଛି। ଗତ ମାସରେ ରିଫଣ୍ଡ ପରିମାଣ ୩.୧ ପ୍ରତିଶତ ହ୍ରାସ ପାଇ ୨୨,୬୬୫ କୋଟି ଟଙ୍କା ରହିଥିବା ବେଳେ, ନିଟ୍ ଜିଏସଟି ସଂଗ୍ରହ ୭.୬ ପ୍ରତିଶତ ବୃଦ୍ଧି ସହ ୧.୭୧ ଲକ୍ଷ କୋଟି ଟଙ୍କା ରହିଛି।
ଆମଦାନୀ ଜନିତ ଟିକସ ସଂଗ୍ରହରେ ୧୦.୧ ପ୍ରତିଶତର ବଡ଼ ଧରଣର ବୃଦ୍ଧି ଘଟିଥିବା ବେଳେ ଘରୋଇ କାରବାରରୁ ସଂଗୃହିତ ଟିକସରେ ୪.୮ ପ୍ରତିଶତ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି।












Click it and Unblock the Notifications