ରେକର୍ଡ ଭାଙ୍ଗିଲା ରାଜଧାନୀରେ ବର୍ଷା , ୫ ମୃତ

ରାଜଧାନୀ ଦିଲ୍ଲୀରେ ଏବେ ବର୍ଷା ଗରମରୁ ଆଶ୍ୱସ୍ତି ଦେଇଛି । କିନ୍ତୁ ଏବେ ରାଜ୍ୟରେ ଏତେ ପରିମାଣରେ ବର୍ଷା ହେଉଛି ଯେ ସବୁଠି ବନ୍ୟା ପରିସ୍ଥିତି ଉପୁଜିଛି ।

rain

ଫଳରେ ରାସ୍ତାଘାଟ ବୁଡ଼ିଯିବା ସହିତ ବିଭିନ୍ନ ସମସ୍ୟା ଉପୁଜିଛି । ଦୀର୍ଘ ୮୮ ବର୍ଷ ପରେ ରାଜଧାନୀରେ ଜୁନ୍‌ ମାସର ଗୋଟିଏ ଦିନରେ ସର୍ବାଧିକ ବର୍ଷା ହୋଇଛି । ମୌସୁମୀ ପ୍ରଭାବରୁ ଦିଲ୍ଲୀରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବର୍ଷା ହେବା ନେଇ ଆନୁମାନ କରିଛି ପାଣିପାଗ ବିଭାଗ । ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଗତ ୨୪ ଘଣ୍ଟା ଭିତରେ ଦିଲ୍ଲୀରେ ୨୨୮.୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଫଳରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ସେମାନଙ୍କ ମଧ୍ୟରେ ଦୁଇଜଣ ଶିଶୁ ରହିଛନ୍ତି । ଶନିବାର ଦିଲ୍ଲୀ ଏନ୍‌ସିଆର, ଦ଼୍ବାରକା, ପାଲାମ, ବସନ୍ତ ବିହାର, ବସନ୍ତ କୁଞ୍ଜ, ଗୁରଗାଁଓ, ଫରିଦାବାଦ, ମନେସାର ଆଦି ଅଞ୍ଚଳରେ ବର୍ଷା ପବନ ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।

ସୂଚନା ଥାଉକି, ଶୁକ୍ରବାର ବର୍ଷାରେ ଦିଲ୍ଲୀ AIIMSର ଅପରେସନ ଥିଏଟରରେ ପାଣି ପଶିଯିବାରୁ ହେବାକୁ ଥିବା ଅପରେସନ୍‌ ହୋଇପାରିନାହିଁ । ଦିଲ୍ଲୀ AIIMS ର ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ନଅଟି ଅପରେସନ ଥିଏଟର ବନ୍ଦ ରହିଛି । ଅପରେସନ ଥିଏଟର ବନ୍ଦ ଥିବାରୁ ୧୨ରୁ ଅଧିକ ଅସ୍ତ୍ରୋପଚାର ହୋଇପାରିନାହିଁ ।

ଫଳରେ ଗୁରୁତର ରୋଗୀମାନଙ୍କର ଅସ୍ତ୍ରୋପଚାର କରିବାକୁ ଥିବା ବେଳେ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । କୁହାଯାଉଛି ଯେ ଡାକ୍ତରଖାନାର ଷ୍ଟୋର ରୁମରେ ମଧ୍ୟ ବର୍ଷା ପାଣି ଭରି ରହିଛି । AIIMS ପକ୍ଷରୁ ଏ ନେଇ କୁହାଯାଇଛି ଯେ, ଜରୁରୀକାଳୀନ ଅସ୍ତ୍ରୋପଚାର ଆବଶ୍ୟକ କରୁଥିବା ରୋଗୀଙ୍କୁ ରାଜଧାନୀର ସଫଦରଜଙ୍ଗ ଏବଂ ଅନ୍ୟାନ୍ୟ ସରକାରୀ ଡାକ୍ତରଖାନାକୁ ପଠାଯିବା ବ୍ୟବସ୍ଥା ହୋଇଛି । ଆସନ୍ତାକାଲି ମଧ୍ୟ ଅପରେସନ ଥିଏଟର ପ୍ରଭାବିତ ହୋଇପାରେ ବୋଲି ସମ୍ଭାବନା ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+