Get Updates
Get notified of breaking news, exclusive insights, and must-see stories!

ଜମ୍ମୁ କଶ୍ମୀର ତୀର୍ଥଯାତ୍ରୀଙ୍କ ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣା: ୫୦ ଜଣ ଅଟକ

Terrorist Attack: ଜମ୍ମୁ କଶ୍ମୀର ତୀର୍ଥଯାତ୍ରୀଙ୍କ ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପୋଲିସ ୫୦ ଜଣଙ୍କୁ ଅଟକ ରଖିଥିବା ନେଇ ସୂଚନା ରହିଛି । ବର୍ତ୍ତମାନ ସମସ୍ତଙ୍କୁ ପଚରାଉଚରା କରାଯାଉଛି । ତେବେ ଏନେଇ ସୂଚନା ଦେଇଛନ୍ତି ରିୟାସି ଏସଏସପି ।

ରିୟାସି ଏସଏସପିଙ୍କ ସୂଚନା ଅନୁସାରେ, ରିୟାସିରେ ହୋଇଥିବା ତୀର୍ଥଯାତ୍ରୀଙ୍କ ବସ ଉପରେ ଆକ୍ରମଣ ଘଟଣାରେ ପୋଲିସ ୫୦ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ସମସ୍ତଙ୍କୁ କନ୍ଦା ଏରିଆ ପୋଲିସ ଷ୍ଟେସନରେ ଅଟକ ରଖାଯାଇଛି । ତେବେ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ତଦନ୍ତ ଯାରି ରହିଛି ଏବଂ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ଏବେ ମଧ୍ୟ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସନ୍ଦେହ କରାଯାଉଛି ।

Terrorist Attack

ଜମ୍ମୁ-କାଶ୍ମୀରର ରିୟାସୀ, କଠୁଆ ଏବଂ ଡୋଡାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଜମ୍ମୁ ପୋଲିସ ୪ ଆତଙ୍କୀଙ୍କ ସ୍କେଚ୍ ଜାରି କରିଛି । କୁହାଯାଉଛି ଯେ ଏହି ଆତଙ୍କବାଦୀମାନେ ଡୋଡା ଜିଲ୍ଲାର ଭଦ୍ରଔହ, ଥାଥରି ଓ ଗଣ୍ଡୋହର ଉପର ଅଞ୍ଚଳରେ ସକ୍ରିୟ ରହିଛନ୍ତି । ଏହି ଆତଙ୍କବାଦୀଙ୍କ ବିଷୟରେ ସୂଚନା ପ୍ରଦାନକାରୀଙ୍କ ପାଇଁ ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଛି । ସୂଚନା ଦେଇଥିବା ବ୍ୟକ୍ତିଙ୍କ ପରିଚୟ ଗୁପ୍ତ ରଖାଯିବ ଏବଂ ପ୍ରତ୍ୟେକ ଆତଙ୍କବାଦୀଙ୍କ ପିଛା ୫ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ରାଶି ଦିଆଯିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+