ତୀର୍ଥଯାତ୍ରୀ ବସ୍ ଉପରେ ହମ୍ଲା, ଆତଙ୍କବାଦୀଙ୍କ ସ୍କେଚ୍ ଜାରି କଲା ପୋଲିସ
Reasi bus attack: ଜମ୍ମୁ-କାଶ୍ମୀର ରିୟାସି ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣରେ ୧୦ ଜଣ ତୀର୍ଥ ଯାତ୍ରୀଙ୍କ ମୃତ୍ୟୁ ଘଟଣା । ପୁଲିସ୍ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି । ଏବଂ ସେମାନଙ୍କ ସମ୍ପର୍କରେ ସୂଚନା ଦେଲେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯିବ ବୋଲି ଘୋଷଣା କରିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଆଧାରରେ ଦୁଇ ଜଣ ଆତଙ୍କବାଦୀଙ୍କ ସ୍କେଚ୍ ତିଆରି କରାଯାଇଛି । ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ପତ୍ତା ଲଗାଇବା ପାଇଁ ସୁରକ୍ଷା ବାହିନୀର ୧୧ ଟି ଦଳ ଏଥିପାଇଁ କାର୍ଯ୍ୟ କରୁଛନ୍ତି ।
ଆତଙ୍କବାଦୀ ବିଷୟରେ ଖବର ଦେଲେ ୨୦ ଲକ୍ଷ ପୁରସ୍କାର ମିଳିବ ବୋଲି ଘୋଷଣା କରାଯାଇଛି । ରବିବାର ଦିନ ପୋନି ଅଞ୍ଚଳର ଡେରୟାଥ ଗ୍ରାମ ନିକଟ କଟରା ସ୍ଥିତ ଶିବ ଖୋରୀ ମନ୍ଦିରରୁ ମାତା ବୈଷ୍ଠା ଦେବୀ ମନ୍ଦିରକୁ ଯାଉଥିବା ତୀର୍ଥଯାତ୍ରୀଙ୍କ ବସ ଉପରେ ଆକ୍ରମଣ କରିଥିଲେ ଆତଙ୍କବାଦୀ ଓ ଆତଙ୍କବାଦୀମାନେ ତୀର୍ଥଯାତ୍ରୀ ବସ୍ ଉପରକୁ ଆକ୍ରମଣ କରିଥିଲେ । ଜ୍ରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୩ ଜଣ ଗୁରୁତର ଆହତ ହୋଇଥିଲେ ।

ସର୍ଚ୍ଚ ଅପରେସନରେ ଘଟଣାସ୍ଥଳରେ ଭାରତୀୟ ଯବାନଙ୍କ ସମେତ, ସିଆରପିଏଫର ଯବାନମାନଙ୍କୁ ନିୟୋଜିତ କରାଯାଇଛି । ଏହାବ୍ୟତୀତ କମାଣ୍ଡୋ ଏବଂ ଡ୍ରୋନ ମଧ୍ୟ ଏଠାରେ ନଜର ରଖୁଛନ୍ତି । ଏହି ଘଟଣାର ତଦନ୍ତ ଏନଆଇଏକୁ ଦିଆଯାଇଛି । ସୁରକ୍ଷା ବାହିନୀ ବିଭିନ୍ନ ଦିଗରୁ ପୋନି ତେରାୟଥ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ଘେରି ଯାଇଛନ୍ତି ।
ଏହି ସର୍ଚ୍ଚ ଅପରେସନ କାର୍ଯ୍ୟରେ ସୁରକ୍ଷାବାହିନୀର ୧୧ଟି ଦଳକୁ ନିୟୋଜିତ କରାଯାଇଛି । ଏହି ଅପରେସନକୁ କଡ଼ାକଡ଼ି ବି କରାଯାଇଛି । ଦଳରେ ସାମିଲ ଥିବା ପ୍ରତ୍ୟେକ ସଦସ୍ୟକୁ ପ୍ରତି ମୁହୂର୍ତ୍ତରେ ସଜାଗ ରହିବାକୁ ବି ପରାମର୍ଶ ଦିଆଯାଇଛି ।'












Click it and Unblock the Notifications