ରିଅଲ ଲାଇଫ 'ମନି ହାଏଷ୍ଟ': ବ୍ୟାଙ୍କରୁ 4.50 କୋଟି ଲୁଟିଲେ ଡକାୟତ
ମନି ହାଏଷ୍ଟ ଷ୍ଟାଇଲରେ ବ୍ୟାଙ୍କ ଲୁଟିଲେ ଡକାୟତ । ତେଲେଙ୍ଗାନା ବୁସାପୁରର ଗ୍ରାମୀଣ ବ୍ୟାଙ୍କରୁ ଲୁଟ । ମନି ହାଏଷ୍ଟ ଭଳି ମୁଖା ପିନ୍ଧି ଗୋଟିଏ ଲକରରୁ 4.46 କୋଟି ଟଙ୍କା ଏବଂ ଅନ୍ୟ ଏକ ଲକରରୁ 7.30 ଲକ୍ଷ ଟଙ୍କା, 8.3 କିଲୋଗ୍ରାମ ସୁନା ଅଳଙ୍କାର ଲୁଟ କରିଥିଲେ।
ହାଇଦ୍ରାବାଦ: ମନି ହାଏଷ୍ଟ ଷ୍ଟାଇଲରେ ବ୍ୟାଙ୍କ ଲୁଟିଲେ ଡକାୟତ । ତେଲେଙ୍ଗାନା ବୁସାପୁରର ଗ୍ରାମୀଣ ବ୍ୟାଙ୍କରୁ ଲୁଟ । ମନି ହାଏଷ୍ଟ ଭଳି ମୁଖା ପିନ୍ଧି ଗୋଟିଏ ଲକରରୁ 4.46 କୋଟି ଟଙ୍କା ଏବଂ ଅନ୍ୟ ଏକ ଲକରରୁ 7.30 ଲକ୍ଷ ଟଙ୍କା, 8.3 କିଲୋଗ୍ରାମ ସୁନା ଅଳଙ୍କାର ଏବଂ ମୂଲ୍ୟବାନ ଦସ୍ତାବିଜ ଲୁଟି ନେଇଛନ୍ତି ଏହି ଚୋରମାନେ।

ନିଜାମାବାଦ ପୋଲିସ କମିଶନର ନାଗାରାଜୁ କହିଛନ୍ତି, "ଚୋରମାନେ ଗ୍ରାମ ବିକାଶ କମିଟି କୋଠାରୀ ତାଲା ଭାଙ୍ଗି ବ୍ୟାଙ୍କରେ ପଶିଥିଲେ ଏବଂ ସେମାନେ ଗ୍ୟାସ କଟର ବ୍ୟବହାର କରି ଷ୍ଟ୍ରଙ୍ଗ ରୁମ ଲକ୍ ଭାଙ୍ଗି କରିଥିଲେ ଚୋରି।
ବ୍ୟାଙ୍କ ଭିତରେ ପଶିବା ପୂର୍ବରୁ ଚୋରମାନେ ସିସିଟିଭି କ୍ୟାମେରାକୁ ଭାଙ୍ଗି ଫୁଟେଜ୍ କ୍ୟାପଚର୍ କରୁଥିବା ଡିଭିଆରକୁ ନେଇଯାଇଥିଲେ । କେବଳ ଏତିକି ନୁହେଁ ଲକର ଛୁଇଁବା ଯୋଗୁଁ ଆର୍ଲମକୁ ମଧ୍ୟ ଭାଙ୍ଗି ଦେଇଥିଲେ । ଯାହା ଦ୍ବାରା ଲକରରୁ ଆରମରେ ଚୋରି କରିଥିଲେ । କିନ୍ତୁ ଛାଡି ଯାଇଥିଲେ ମୁହଁରେ ପିନ୍ଧିଥିବା ମାସ୍କ । ସୋମବାର ଏନେଇ ଜଣାପଡିବା ପରେ ଘଟଣାର ତଦନ୍ତ କରୁଛି ପୋଲିସ ।












Click it and Unblock the Notifications