କଂଗ୍ରେସକୁ ଝଟକା ଦେବ ଆପ୍ ! ହଟୁନାହିଁ ମେଣ୍ଟ ଦ୍ୱନ୍ଦ

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ମେଣ୍ଟ କରିବେ କି ନାହିଁ ତାକୁ ନେଇ ଏପର୍ଯ୍ୟନ୍ତ ଲାଗି ରହିଛି ଦ୍ୱନ୍ଦ । ଏପଟେ ରାଜ୍ୟରେ ବିଧାନସଭା ନିର୍ବାଚନ ଲାଗି ବିଭିନ୍ନ ରାଜନୈତିକ ଦଳ ଗୁଡିକ ନିଜ ନିଜର ପ୍ରାର୍ଥୀ ଘୋଷଣା କରୁଛନ୍ତି । ଏଭଳି ମାହୋଲ ମଧ୍ୟରେ ଆପ୍ ହରିୟାଣା ୟୁନିଟ ମୁଖ୍ୟ ସୁଶୀଲ ଗୁପ୍ତା କହିଛନ୍ତି ଯେ ଯଦି ଅକ୍ଟୋବର ୫ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ମେଣ୍ଟ କରିବାରେ ବିଫଳ ହୁଏ ତେବେ ଆଜି ସଂନ୍ଧ୍ୟ ସୁଦ୍ଧା ଦଳ ସମସ୍ତ ୯୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରଦେବ।

ଗୁପ୍ତା ପିଟିଆଇକୁ କହିଛନ୍ତି ଯେ ହରିୟାଣାର ପ୍ରତ୍ୟେକ ଏଏପି କର୍ମୀ ସମସ୍ତ ୯୦ ବିଧାନସଭା ଆସନରେ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ଅଛନ୍ତି। ନିର୍ବାଚନ ପାଇଁ ମେଣ୍ଟ ସମ୍ପର୍କରେ କଂଗ୍ରେସର ଆପକୁ ଦେଇଥିବା ଉତ୍ତର ବିଷୟରେ ପଚରାଯିବାରୁ ସେ କହିଛନ୍ତି ଯେ ଆମେ ଆଜି ୯୦ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିବୁ। ପାର୍ଟି ସୂତ୍ରରୁ ଜଣାପଡିଛି ଯେ ଆପ୍ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିବା ସିଟ ସଂଖ୍ୟାକୁ ନେଇ ଦୁଇ ଦଳ ମଧ୍ୟରେ ଆଲୋଚନା ଅଟକି ରହିଛି।

congress

କଂଗ୍ରେସ ପାଞ୍ଚଟି ସିଟ ପ୍ରଦାନ କରୁଥିବାବେଳେ ଦଳ ୧୦ଟି ସିଟ ଦାବି କରୁଛି। ଗୁପ୍ତା କହିଛନ୍ତି ଯେ କଂଗ୍ରେସର ପ୍ରତିକ୍ରିୟାକୁ ଆପ୍ ଅପେକ୍ଷା କରିଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଗ୍ରହଣ କରାଯାଇ ନାହିଁ। ଆପ୍ ସହିତ ମେଣ୍ଟର କଳ୍ପନାଜଳ୍ପନା ମଧ୍ୟରେ ରବିବାର କଂଗ୍ରେସ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ୯ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି। ଉଚାନା କାଲାନରୁ ବ୍ରିଜେନ୍ଦ୍ର ସିଂ ଏବଂ ଗୁରୁଗ୍ରାମରୁ ମୋହିତ ଗ୍ରୋଭର ପ୍ରାର୍ଥୀ କରିଛନ୍ତି। ଏହି ତାଲିକା ସହିତ କଂଗ୍ରେସ ୯୦ ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ ମୋଟ ୪୧ ଜଣ ପ୍ରାର୍ଥୀ ଘୋଷଣା କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+