ଭାରତ-ରୁଷ୍ ୨୦୩୦ ପୂର୍ବରୁ ୧୦୦ ବିଲିୟନ ଡଲାର ବାଣିଜ୍ୟ ଲକ୍ଷ୍ୟ ହାସଲ କରିବ: ଏସ୍ ଜୟଶଙ୍କର
ଧାର୍ଯ୍ୟ ସମୟସୀମା ୨୦୩୦ ପୂର୍ବରୁ ଭାରତ ଓ ରୁଷ୍ ୧୦୦ ବିଲିୟନ ଡଲାରର ବାଣିଜ୍ୟ ଲକ୍ଷ୍ୟ ହାସଲ କରିବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଶାବ୍ୟକ୍ତ କରିଛନ୍ତି । ଆଜି ନୂଆଦିଲ୍ଲୀଠାରେ ବାଣିଜ୍ୟ, ଆର୍ଥିକ, ବୈଜ୍ଞାନିକ, ବୈଷୟିକ ଏବଂ ସାଂସ୍କୃତିକ ସହଯୋଗ ଉପରେ ଭାରତ-ରୁଷ୍ ଆନ୍ତଃ ସରକାରୀ ଆୟୋଗର ୨୫ତମ ଅଧିବେଶନରେ ଯୋଗଦେଇ ଡକ୍ଟର ଜୟଶଙ୍କର କହିଛନ୍ତି ରୁଷ୍ ଭାରତ ପାଇଁ ସାର କ୍ଷେତ୍ରରେ ଏକ ପ୍ରମୁଖ ଉତ୍ସ ଭାବେ ଉଭା ହୋଇଛି ।

ଭାରତକୁ ଅଶୋଧିତ ତୈଳ, କୋଇଲା ଏବଂ ୟୁରାନିୟମ ଯୋଗାଣ କ୍ଷେତ୍ରରେ ରୁଷ୍ର ଅବଦାନ ବାସ୍ତବରେ ଗୁରୁତ୍ୱପୂର୍ଣ୍ଣ । ସେହିପରି ଭାରତର ଔଷଧ ଉଦ୍ୟୋଗ ରୁଷ୍ ପାଇଁ ଏକ ସୁଲଭ ଏବଂ ବିଶ୍ୱସନୀୟ ଉତ୍ସ ପାଲଟିଛି । ଜୟଶଙ୍କର କହିଛନ୍ତି ବାଣିଜ୍ୟିକ କାରବାର ଦେୟ ଏବଂ ଲଜିଷ୍ଟିକ କ୍ଷେତ୍ରରେ ଅଗ୍ରଗତି ଘଟିଥିଲେ ହେଁ ଏବେବି ଅନେକ ଆହ୍ୱାନ ରହିଛି । ଅନ୍ତର୍ଜାତୀୟ ଉତ୍ତର-ଦକ୍ଷିଣ ପରିବହନ କରିଡର, ଚେନ୍ନାଇଭ୍ଲାଡିଭୋଷ୍ଟକ କରିଡର ଏବଂ ଉତ୍ତର ସାମୁଦ୍ରିକ ମାର୍ଗ ଭଳି ସଂଯୋଗୀକରଣ କ୍ଷେତ୍ରରେ ଭାରତ-ରୁଷ୍ର ମିଳିତ ପ୍ରୟାସ ଜରି ରହିବା ଆବଶ୍ୟକ ବୋଲି ଶ୍ରୀ ଜୟଶଙ୍କର ଗୁରୁତ୍ୱାରୋପ କରିଛନ୍ତି ।












Click it and Unblock the Notifications