ମଣିପୁରରେ ଆରମ୍ଭ ହେଲା ୧୧ ବୁଥ୍ରେ ସାନି ମତଦାନ
ଇମ୍ଫାଲ: ଲୋକସଭା ନିର୍ବାଚନ ପାଇଁ ମଣିପୁରରେ ସୋମବାର ସାନି ମତଦାନ ଆରମ୍ଭ ହୋଇଛି । ଗତ ୧୯ ତାରିଖରେ ଭୋଟଗ୍ରହଣ ସମୟରେ କେତେକ ନିର୍ବାଚନମଣ୍ଡଳୀରେ ହିଂସା ଦେଖିବାକୁ ମିଳିଥିଲା । ଇଭିଏମ ଟ୍ୟାମ୍ପରିଂ ଅଭିଯୋଗରେ ଅନେକ ବୁଥରେ ସଂଘର୍ଷ ହେବା ସାଙ୍ଗକୁ ଗୁଳିମାଡ଼ ମଧ୍ୟ ହୋଇଥିଲା । ଫଳରେ ଆଜି ମତଦାନ ଅନୁଷ୍ଠିତ ଆରମ୍ଭ ହୋଇଛି । ମଣିପୁରର ଦୁଇଟି ଲୋକ ସଭା ଆସନ ପାଇଁ ଶୁକ୍ରବାର ହୋଇଥିବା ଭୋଟ ସମୟରେ କଂଗ୍ରେସ ୪୭ଟି ମତଦାନ କେନ୍ଦ୍ରରେ ପୁନଃମତଦାନ ଦାବି କରିଥିଲା ।
ତେବେ ଆପତ୍ତି ଉପରେ ବିଚାର କରିବା ପରେ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) କେବଳ ୧୧ଟି କେନ୍ଦ୍ରରେ ପୁନଃମତଦାନ ଘୋଷଣା କରିଥିଲେ । ଖୁରେଇ ନିର୍ବାଚନମଣ୍ଡଳୀର ମୋଇରାଙ୍ଗକାମ୍ପୁ ସାଜେବ ଓ ଥୋଙ୍ଗମ ଲେକାଇ, କ୍ଷେତ୍ରିଗାଓରେ ୪ଟି ବୁଥ, ପୂର୍ବ ଇମ୍ଫାଲ ଜିଲାର ଗୋଟିଏ ବୁଥ, ଉରିପକ୍ର ୩ଟି ବୁଥ୍ ଏବଂ ପଶ୍ଚିମ ଇମ୍ଫାଲ ଜିଲାର ଗୋଟିଏ ବୁଥରେ ଏହି ସାନି ମତଦାନ ପ୍ରକ୍ରିୟା ଜାରି ରହିଛି । ଏସବୁ ବୁଥ୍ରେ ଗତ ୧୯ ତାରିଖରେ ଭୋଟ ବେଳେ ହିଂସା ଦେଖିବାକୁ ମିଳିଥିଲା ।

ତେଣୁ ଏଠାରେ ପୁଣି ଥରେ ଭୋଟଗ୍ରହଣ ବ୍ୟବସ୍ଥା କରିବାକୁ ନିର୍ବାଚନ ଆୟୋଗ ମଣିପୁର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ସୂଚନାଯୋଗ୍ୟ, କେତେକ ମତଦାନ କେନ୍ଦ୍ରରେ ଗୁଳି ଚଳାଇବା, ଧମକ ଦେବା, ଇଭିଏମ ଭଙ୍ଗାରୁଜା କରିବା ଏବଂ ମତଦାନ କେନ୍ଦ୍ରକୁ ଧରିବା ଅଭିଯୋଗ ଜାତି ବିବାଦ ଦ୍ୱାରା ପ୍ରଭାବିତ ମଣିପୁରରୁ ଆସିଥିଲା ।












Click it and Unblock the Notifications