ଆର୍‌ବିଆଇର ବଡ ନିଷ୍ପତ୍ତି , ଆଜିଠୁ ଅଚଳ ହେବ ଏହି ୩ ପ୍ରକାର ବ୍ୟାଙ୍କ ଆକାଉଣ୍ଟ, ଜାଣନ୍ତୁ କାହିଁକି?

୨୦୨୫ର ପ୍ରଥମ ଦିନରୁ ବ୍ୟାଙ୍କ କାରବାର ସମ୍ପର୍କିତ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ତେବେ ଜାନୁଆରୀ ପହିଲାରୁ ୩ ପ୍ରକାରର ବ୍ୟାଙ୍କ ଆକାଉଣ୍ଟ ଅଚଳ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବ୍ୟାଙ୍କିଙ୍ଗ ସେକ୍ଟରରେ ଠକେଇ ରୋକିବା, ସ୍ବଚ୍ଛତା ରକ୍ଷା କରିବା ଓ ଡିଜିଟାଲାଇଜେଶନକୁ ପ୍ରୋତ୍ସାହିତ କରିବା ପାଇଁ ଆର୍‌ବିଆଇ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।

RBI

ନିଷ୍କ୍ରିୟ ଆକାଉଣ୍ଟ, ଜିରୋ ବାଲାନ୍ସ ଆକାଉଣ୍ଟ ଓ ଡରମେଟ୍‌ ଆକାଉଣ୍ଟ ଆଦି ୩ ପ୍ରକାରର ଆକାଉଣ୍ଟ ଏଥିରେ ରହିଛି। ଯଦି କୌଣସି ଆକାଉଣ୍ଟରେ ୧ବର୍ଷ ବା ୧୨ ମାସରୁ ଅଧିକ ଦିନ ଧରି କୌଣସି ଆର୍ଥିକ କାରବାର ହୋଇନାହିଁ ତେବେ ଏହି ଆକାଉଣ୍ଟକୁ ଇନ୍‌ଆକ୍ଟିଭ୍‌ ବା ନିଷ୍କ୍ରିୟ ବର୍ଗରେ ଗଣତି କରାଯିବା ସହ ଉକ୍ତ ଆକାଉଣ୍ଟକୁ ଅଚଳ କରିଦିଆଯିବ। ତେବେ ଆବଶ୍ୟକସ୍ଥଳେ ବ୍ୟାଙ୍କ ସହ ଯୋଗାଯୋଗ କରି ଉପଭୋକ୍ତା ତାଙ୍କ ଆକାଉଣ୍ଟଙ୍କୁ ପୁନଃ ସକ୍ରିୟ କରିପାରିବେ।
ସେହିପରି ଦୀର୍ଘ ଦିନ ଧରି ଜିରୋ ବାଲାନ୍ସ ବା ଶୂନ୍ୟ ଅର୍ଥ ଥିବା ଆକାଉଣ୍ଟଗୁଡ଼ିକୁ ମଧ୍ୟ ପହିଲାରୁ ଅଚଳ କରାଯିବ। ଏହି ଆକାଉଣ୍ଟକୁ କୌଣସି ଦୁରୁପଯୋଗରୁ ରକ୍ଷା କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଥିବା ଆରବିଆଇ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ଦ୍ୱାରା ବ୍ୟାଙ୍କ କାରବାର ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି। ସେହିପରି ଦୀର୍ଘଦିନ ଧରି ଅବ୍ୟବହୃତ ରହିଥିବା ଆକାଉଣ୍ଟକୁ ନିକଟସ୍ଥ ବ୍ୟାଙ୍କ ଶାଖାରେ କଓ୍ବୋଇସି କରାଇବା ପାଇଁ ଆକାଉଣ୍ଟଧାରୀଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ୨ବର୍ଷରୁ ଅଧିକ ସମୟ ଧରି କୌଣସି ଆର୍ଥିକ କାରବାର ହୋଇ ନ ଥିବା ଆକାଉଣ୍ଟ ଅର୍ଥାତ୍‌ ଡରମାଣ୍ଟ ଆକାଉଣ୍ଟକୁ ମଧ୍ୟ ଅଚଳ କରିଦିଆଯିବ। ଏହି ଆକାଉଣ୍ଟଗୁଡ଼ିକ ସାଇବର ଅପରାଧୀଙ୍କ ଟାର୍ଗେଟରେ ରହୁଥିବାବେଳେ ଏପରି ଆକାଉଣ୍ଟ ହ୍ୟାକ୍‌ କରି ପରବର୍ତ୍ତୀ ସମୟରେ ଆର୍ଥିକ ଠକେଇ କରିଥାନ୍ତିି। ତେଣୁ ଏପରି ଅପରାଧ ଏଡାଇବାକୁ ଆରବିଆଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+