୧୦ ଓ ୫୦୦ ଟଙ୍କିଆ ନୋଟ୍କୁ ନେଇ ଆରବିଆଇ ଗର୍ଭନର କରିବାକୁ ଯାଉଛନ୍ତି ବଡ଼ କାମ
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ଆରବିଆଇ ଖୁବ ଶୀଘ୍ର ମହାତ୍ମା ଗାନ୍ଧୀଙ୍କ ଫଟୋ ଥିବା ୧୦ ଟଙ୍କା ଏବଂ ୫୦୦ ଟଙ୍କା ନୋଟ ଜାରି କରିବ। ଏହି ନୋଟ୍ ଗୁଡ଼ିକରେ ନୂଆ ଗଭର୍ନର ସଞ୍ଜୟ ମାଲହୋତ୍ରାଙ୍କ ଦସ୍ତଖତ ରହିବ। ଏହି ନୋଟଗୁଡ଼ିକର ଡିଜାଇନ ପୂର୍ବରୁ ଥିବା ମହାତ୍ମା ଗାନ୍ଧୀ (ନୂଆ) ସିରିଜ ନୋଟ ସହିତ ସମାନ ରହିବ, କେବଳ ଗଭର୍ନରଙ୍କ ଦସ୍ତଖତରେ ପରିବର୍ତ୍ତନ ହେବ।

ଆରବିଆଇ ସ୍ପଷ୍ଟ କରିଛି ନୂଆ ନୋଟ୍ ଜାରି ବେହାପରେ ବି ରିଜର୍ଭ ବ୍ୟାଙ୍କ ଦ୍ବାରା ପୂର୍ବରୁ ଜାରି କରାଯାଇଥିବା ୧୦ ଓ ୫୦୦ ଟଙ୍କିଆ ମୂଳ୍ୟ ବର୍ଗର ସବୁ ବ୍ୟାଙ୍କ ନୋଟ୍ ବୈଧ ମୁଦ୍ରା ରହିବ। ଆରବିଆଇ ଗତ ମାସ ଗଭର୍ଣ୍ଣର ମାଲହୋତ୍ରାଙ୍କ ଦସ୍ତଖତ ଥିବା ୧୦୦ ଓ ୨୦୦ ଟିଙ୍କା ବ୍ୟାଙ୍କ ନୋଟ୍ ଜାରି କରିବାର ଘୋଷଣା କରିଥିଲା। ସଞ୍ଜୟ ମାଲହୋତ୍ରା ଡିସେମ୍ବର ୨୦୨୪ ରେ ଆରବିଆଇର ଗଭର୍ଣ୍ଣ ପଦ ଗ୍ରହଣ କରିଥିଲେ। ସେ ୬ବର୍ଷ ଧରି ଗଭର୍ଣ୍ଣର ଥିବା ଶକ୍ତିକାନ୍ତ ଦାସଙ୍କ ସ୍ଥାନ ନେଇଥିଲେ।












Click it and Unblock the Notifications