Paytmକୁ ବଡ଼ ଝଟକା: ଆଉ ଯୋଡ଼ି ହୋଇ ପାରିବେନି ନୂଆ ଗ୍ରାହକ
Paytm: ଅଗ୍ରଣୀ ଫିଣ୍ଟେକ୍ କମ୍ପାନୀ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଉପରେ RBIର କଟକଣା । ଏଣିକି Paytmରେ ଆଉ ନୂଆ ଗ୍ରାହକ ଯୋଡ଼ି ହୋଇପାରିବେ ନାହିଁ । ଫେବ୍ରୁଆରୀ ୨୯ ତାରିଖ ପରଠୁ ପେଟିଏମରେ ଆଉ ଡିପୋସିଟ୍ ହୋଇପାରିବ ନାହିଁ ଅର୍ଥାତ୍ ଏକାଉଣ୍ଟରେ ବକୟା ରହିଥିବା ଟଙ୍କା ସରିବା ପର୍ଯ୍ୟନ୍ତ ବ୍ୟବବହାର କରିପାରିବେ । RBI ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ନିୟମ ଅନୁପାଳନ କରୁନଥିବାରୁ ଏପରି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ବୁଧବାର କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ ବ୍ୟାଙ୍କ ଅନେକ ନିୟମ ଉଲ୍ଲଂଘନ କରୁଥିବା ନେଇ ଅଡିଟ୍ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଏହି ପ୍ରତିବନ୍ଧକ ପରେ ଗ୍ରାହକମାନେ ସେମାନଙ୍କ ଆକାଉଣ୍ଟରେ ଟଙ୍କା ଜମା କରିପାରିବେ ନାହିଁ । ୱାଲେଟ, ଫାଷ୍ଟାଗ ଏବଂ ଏନସିଏମସି କାର୍ଡ ମଧ୍ୟ ଟପ୍ପର ହେବ ନାହିଁ ବୋଲି ଆରବିଆଇ କହିଛି। ତେବେ ଟଙ୍କା ଉଠାଇବାକୁ ଗ୍ରାହକଙ୍କୁ ଅନୁମତି ଦିଆଯାଇଛି ।
Action against Paytm Payments Bank Ltd under Section 35A of the Banking Regulation Act, 1949https://t.co/bswaWHSxtk
— ReserveBankOfIndia (@RBI) January 31, 2024
ପେଟିଏମ୍ ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା, ଫେବ୍ରୁଆରୀ ୨୯ ତାରିଖ ପରେ ଆଉ ନେଣଦେଣ ହୋଇପାରିବ ନାହିଁ । RBI ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପେଟିଏମରେ ଥିବା ଟଙ୍କା ସରିବା ପର୍ଯ୍ୟନ୍ତ କେବଳ ବ୍ୟବହାର ହୋଇପାରିବ । ସେହିପରି ପ୍ରିପେଡ୍ ଉପକରଣ, ୱାଲେଟ୍, ଫାସ୍ଟଟ୍ୟାଗ୍ସ କିମ୍ବା ନ୍ୟାସନାଲ କମନ୍ ମୋବିଲିଟି କାର୍ଡରେ ଆଉ ଟଙ୍କା ଜମା ହୋଇପାରିବ ନାହିଁ ହେଲେ ଟଙ୍କା ଉଠାଇପାରିବେ ନାହିଁ ।
ସେହିପରି ପେଟିଏମରୁ ଅନ୍ୟ ବ୍ୟାଙ୍କକୁ ଟଙ୍କା ମଧ୍ୟ ଆଉ ପଠାଇଯାଇ ପାରିବ ନାହିଁ । ସେହିପରି One97 କମ୍ୟୁନିକେସନ୍ ଲିମିଟେଡ୍, ପେଟିଏମର ପ୍ୟାରେଣ୍ଟ କମ୍ପାନୀ ଏବଂ ପେଟିଏମ୍ ପେମେଣ୍ଟ ବ୍ୟାଙ୍କର ନୋଡାଲ ଆକାଉଣ୍ଟ ଗୁଡିକ RBI ଦ୍ୱାରା ବନ୍ଦ କରାଯାଇଛି ।












Click it and Unblock the Notifications