ରବିବାର ହୋଇଥିଲେ ବି ୩୧ରେ ଖୋଲା ରହିବ ଦେଶର ସମସ୍ତ ବ୍ୟାଙ୍କ

ମୁମ୍ବାଇ: ଚଳିତ ଆର୍ଥିକ ବର୍ଷ (୨୦୨୩-୨୪) ଆଉ କିଛି ଦିନ ପରେ ଶେଷ ହେବା ଚଳିତ ମାସର ଶେଷ ଦିନ (୩୧ ତାରିଖ) ରବିବାର ପଡୁଛି । ସାଧାରଣତଃ ରବିବାର ଦିନଟି ଛୁଟି ପାଇଁ ବ୍ୟାଙ୍କ ବନ୍ଦ ରହିଥାଏ । କିନ୍ତୁ ଏଥର ମାର୍ଚ୍ଚ ୩୧ ରବିବାର ପଡୁଥିଲେ ମଧ୍ୟ ବ୍ୟାଙ୍କଗୁଡ଼ିକ ସେହିଦିନ ଖୋଲାରହିବ ସରକାରୀ ଦେୟ ଓ ପେମେଣ୍ଟ କାରବାର କରୁଥିବା ସମସ୍ତ ବ୍ୟାଙ୍କ ଶାଖା ଖୋଲା ରଖିବା ଲାଗି କେନ୍ଦ୍ର ସରକାର ଅନୁରୋଧ କରିଥିଲେ ।

ସେହି ଅନୁସାରେ ୩୧ରେ ଏଜେନ୍ସି ବ୍ୟାଙ୍କଗୁଡ଼ିକ ଖୋଲା ରହିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏହି ଦିନ ସର୍ବସାଧାରଣ କାରବାର ଲାଗି ବ୍ୟାଙ୍କ ଖୋଲାରହିବା ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ 'ଏକ୍ସ'ରେ ଏନେଇ ଆର୍ବିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଆର୍ôଥକ ବର୍ଷ ଶେଷ ପର୍ଯ୍ୟନ୍ତ ଘଟୁଥିବା କାରବାର ସେହି ବର୍ଷରେ ପଞ୍ଜୀକୃତ ହେବା ଉଚିତ ।

RBI office

ତେଣୁ କାର୍ଯ୍ୟ କରିବାକୁ ସମସ୍ତ ବ୍ୟାଙ୍କକୁ ପଠାଯାଇଥିବା ଚିଠିରେ ଦର୍ଶାଯାଇଛି । ମାର୍ଚ୍ଚ ୩୧ ରବିବାରରେ ସମସ୍ତ ବ୍ୟାଙ୍କ ନିୟମିତ ସମୟ ଅନୁଯାୟୀ ଖୋଲିବ ଏବଂ ବନ୍ଦ ହେବ । ଶନିବାର ମଧ୍ୟ ସମସ୍ତ ବ୍ୟାଙ୍କ ଖୋଲା ରହିବ । ଏହାସହ ଏନ୍‌ଇଏଫ୍‌ଟି ଏବଂ ଆର୍ଟିଜିଏସ୍ କାରବାର ମଧ୍ୟ ମଧ୍ୟରାତ୍ରି ପର୍ଯ୍ୟନ୍ତ ଜାରି ରହିବ । ଏହା ବ୍ୟତୀତ ସରକାରୀ ଚେକ୍ କ୍ଲିୟର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+