କୃଷି ଋଣ ଉପରେ ଆରବିଆଇର ବଡ଼ ଘୋଷଣା, ଏଣିକି ଏତିକି ଟଙ୍କା ଋଣ ନେଇପାରିବେ ଚାଷୀ
ଭାରତୀୟ ରିଜର୍ଭ ବ୍ୟାଙ୍କ ବିନା ଜମାନତରେ କୃଷି ଋଣ ସୀମା ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ଘୋଷଣା କରିଛି। ଏବେ ଏହା ୧ ଲକ୍ଷ ୬୦ ହଜାର ଟଙ୍କା ରହିଛି। ବର୍ଦ୍ଧିତ ସୀମା ଆସନ୍ତାମାସ ପହିଲାରୁ ଲାଗୁ ହେବ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏ ସମ୍ପର୍କିତ ସୂଚନା ପ୍ରଦାନ କରି କହିଛି, ଏହି ନିଷ୍ପଭିର ଉଦ୍ଦେଶ୍ୟ ହେଉଛି କୃଷକଙ୍କୁ ଅଧିକ ଆର୍ଥିକ ସୁବିଧା ପ୍ରଦାନ କରିବା।
କୃଷକଙ୍କର ପରିଚାଳନାଗତ ଏବଂ ବିକାଶମୂଳକ ଆବଶ୍ୟକତାକୁ ପୂରଣ କରିବା ଉଦ୍ଦେଶ୍ୟରେ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ସମ୍ବଳ ସୁନିଶ୍ଚିତ କରିବା ହେଉଛି ଏହି ନିଷ୍ପରିର ଉଦ୍ଦେଶ୍ୟ। ଏହା ମାଧ୍ୟମରେ ଋଣ ବିତରଣ ଅଧୁକ ସୁବ୍ୟବସ୍ଥିତ ହୋଇପାରିବ। କିଷାନ କ୍ରେଡିଟ୍ କାର୍ଡ ମାଧ୍ଯମରେ ଋଣ ଗ୍ରହଣ ପ୍ରକ୍ରିୟାର ଅଧିକ ତ୍ବରାନ୍ବିତ ହୋଇପାରିବ ବୋଲି ମନ୍ତ୍ରଣାଳୟ ଆଶା ବ୍ୟକ୍ତ କରିଛି।
କୃଷି ମନ୍ତ୍ରଣାଳୟ ଅନୁଯାୟୀ, ମୂଲ୍ୟ ବୃଦ୍ଧି ଏବଂ ଚାଷୀଙ୍କ ପାଇଁ ଋଣ ସୁବିଧା ସୁଧାରିବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ବିବୃତ୍ତିରେ କୁହାଯାଇଛି ଯେ, ଏହି ପଦକ୍ଷେପ ୮୬ ପ୍ରତିଶତରୁ ଅଧିକ କ୍ଷୁଦ୍ର ଏବଂ ସୀମାବଦ୍ଧ ଜମିହରା ଚାଷୀଙ୍କୁ ବହୁତ ଲାଭଦାୟକ କରିବ। ନିର୍ଦ୍ଦେଶାବଳୀକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ଏବଂ ନୂତନ ଋଣ ବ୍ୟବସ୍ଥା ବିଷୟରେ ବ୍ୟାପକ ସଚେତନତା କରିବାକୁ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ପଦକ୍ଷେପ କିଷାନ କ୍ରେଡିଟ କାର୍ଡ (କେସିସି) ଋଣରେ ପ୍ରବେଶକୁ ସହଜ କରିବ ବୋଲି ଆଶା କରାଯାଉଛି ଏବଂ ସରକାରଙ୍କ ସଂଶୋଧିତ ସୁଧ ସବଭେନସନ ସ୍କିମ୍କୁ ପୂର୍ଣ୍ଣ କରିବ, ଯାହାକି ୪ ପ୍ରତିଶତ ପ୍ରଭାବଶାଳୀ ସୁଧ ହାରରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇବ। କୃଷି କ୍ଷେତ୍ରରେ ଆର୍ଥିକ ଅନ୍ତର୍ଭୂକ୍ତିକୁ ବୃଦ୍ଧି କରିବା, କୃଷକମାନଙ୍କୁ କୃଷି କାର୍ଯ୍ୟରେ ବିନିଯୋଗ ଏବଂ ସେମାନଙ୍କର ଜୀବିକା ନିର୍ବାହ ପାଇଁ ଆବଶ୍ୟକ ଆର୍ଥିକ ନମନୀୟତା ଯୋଗାଇବା ପାଇଁ ଏହି ପଦକ୍ଷେପ ଏକ ରଣନୀତିକ ପଦକ୍ଷେପ ଭାବରେ ଦେଖାଯାଉଛି।












Click it and Unblock the Notifications