Get Updates
Get notified of breaking news, exclusive insights, and must-see stories!

RBIର ବଡ଼ ଘୋଷଣା; ଏଣିକି10 ବର୍ଷର ପିଲାମାନେ ଏବେ ନିଜ ବ୍ୟାଙ୍କ ଆକାଉଣ୍ଟ

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସୋମବାର ଦିନ ବ୍ୟାଙ୍କଗୁଡ଼ିକୁ 10 ବର୍ଷରୁ ଅଧିକ ବୟସର ନାବାଳକ ପିଲାମାନଙ୍କୁ ସ୍ୱାଧୀନ ଭାବରେ ସଞ୍ଚୟ ଆକାଉଣ୍ଟ ଖୋଲିବା ଏବଂ ପରିଚାଳନା କରିବାକୁ ଅନୁମତି ଦେବାକୁ ଅନୁମତି ଦେଇଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ବ୍ୟାଙ୍କ ନାବାଳକଙ୍କ ଜମା ଆକାଉଣ୍ଟ ଖୋଲିବା ଏବଂ ପରିଚାଳନା ପାଇଁ ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କରିଛି ।

ଭାରତୀୟ ରିଜର୍ଭ ବ୍ୟାଙ୍କ କମର୍ଶିଆଲ୍ ଓ ସରକାରୀ ବ୍ୟାଙ୍କଗୁଡ଼ିକୁ ଏହି ନିର୍ଦ୍ଦେଶାନାମା ଜାରି କରିଛି । ଏହି ସର୍କୁଲାରରେ କୁହାଯାଇଛି, ୧୦ ବର୍ଷରୁ ଅଧିକ ନାବଳକ ଓ ନାବାଳିକା ପ୍ରାକୃତିକ ଓ ଆଇନଗତ ଅଭିଭାବକ ମାଧ୍ୟମରେ ସଞ୍ଚୟ ଖାତା ଓ ଫିକ୍ସ୍ ଡିପୋଜିଟ୍ ଆକାଉଣ୍ଟ ଖୋଲିବା ସହିତ ପରିଚାଳନା କରିପାରିବେ । ସେ ନିଜ ମାଆଙ୍କୁ ମଧ୍ୟ ଗାର୍ଡିଆନ୍ ଭାବେ ରଖି ଖାତାକୁ ଅପରେଟ୍ କରିପାରିବେ ।

rbi

ନିର୍ଦ୍ଦେଶନାମା ଅନୁଯାୟୀ, ବ୍ୟାଙ୍କ ରିସ୍କ ମ୍ୟାନେଜମେଣ୍ଟ ପଲିସିକୁ ଧ୍ୟାନରେ ରଖି କରବାର ରାଶି ଓ ସର୍ତ୍ତ ସ୍ଥିର କରିବେ । ଏହାକୁ ନେଇ ଆରବିଆଇ ଯାହା ନିୟମ ସ୍ଥିର କରିବ, ସେବାବଦରେ ବ୍ୟାଙ୍କ ଗ୍ରାହକଙ୍କୁ ଜଣାଇ ଦିଆଯିବ । ସର୍କୁଲାରରେ ଆହୁରି ମଧ୍ୟ କୁହାଯାଇଛି, ବ୍ୟାଙ୍କ ନିଜର ରିସ୍କ ମ୍ୟାନେଜମେଣ୍ଟ ପଲିସି, ଉତ୍ପାଦ ଓ ଗ୍ରାହକଙ୍କ ଆଧାରରେ ମାଇନର ଆକାଉଣ୍ଟଧାରୀଙ୍କୁ ଇଣ୍ଟରନେଟ୍ ବ୍ୟାଙ୍କିଂ, ଏଟିଏମ୍/ଡେବିଟ୍ କାର୍ଡ, ଚେକ୍ ବୁକ୍ ସୁବିଧା ଦେବାକୁ ସ୍ବତନ୍ତ୍ର କରାଯାଇଛି ।

ବ୍ୟାଙ୍କ ସୁନିଶ୍ଚିତ କରିବାକୁ ପଡ଼ିବ ଯେ, ମାଇନର ଆକାଉଣ୍ଟକୁ ସେ ନିଜେ ସ୍ବତନ୍ତ୍ର ଭାବେ ପରିଚାଳନା କରିବେ ନା ଅଭିଭାବକଙ୍କ ମାଧ୍ୟମରେ କରିବେ । ବ୍ୟାଙ୍କ ଗୁଡ଼ିକ ଖାତା ଖୋଲିବା ପୂର୍ବରୁ ଗ୍ରହକଙ୍କ ସଠିକ୍ ଯାଞ୍ଚ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+