Get Updates
Get notified of breaking news, exclusive insights, and must-see stories!

'ଡିଜିଟା' ରୋକିବ ସାଇବର ଠକେଇ

ନୂଆଦିଲ୍ଲୀ: ସାଇବର ଠକେଇକୁ ରୋକିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଡିଜିଟାଲ ଇଣ୍ଡିଆ ଟ୍ରଷ୍ଟ ଏଜେନ୍ସି (ଡିଜିଟା) ପ୍ରତିଷ୍ଠା କରିବାକୁ ଚିନ୍ତା କରୁଛି । 'ଡିଜିଟା' ଦେଶରେ ବୃଦ୍ଧି ପାଉଥିବା ବେଆଇନ ଋଣ ପ୍ରଦାନରେ ରୋକ ଲଗାଇବାରେ ସହାୟକ ହେବ । ଏହା ନକଲି ଆପ୍‌ଗୁଡ଼ିକୁ ଚିହ୍ନଟ କରି ଡିଜିଟାଲ ଠକେଇରୁ ସୁରକ୍ଷା ଦେବ । ସୂଚନା ଅନୁସାରେ ଏହା ଡିଜିଟାଲ ୱାଲ୍ଡରେ ଅବୈଧ ଆପର ଯାଞ୍ଚ କରିବ ଆର୍ôଥକ ଜଗତରେ ଯେଉଁ ଆପର ଡିଜିଟା ଭେରିଫିକେସନ ନଥିବ ସେଗୁଡିକୁ ଅବୈଧ ମନେ କରାଯିବ ।

ଯଦି କମ୍ପାନୀମାନଙ୍କୁ ଆର୍ôଥକ କ୍ଷେତ୍ରରେ କାମ । କରିବାର ଅଛି ତେବେ ସେମାନଙ୍କୁ ଡିଜିଟାରେ ସେମାନଙ୍କ ଆପର ଯାଞ୍ଚ କରାଇବାକୁ ହେବ । ଏହି ଏଜେନ୍ସୀ ଆପ ଯାଞ୍ଚ କରିବା ପରେ ଆରବିଆଇକୁ ରିପୋର୍ଟ ଦେବ । ଏହା ଛଡା ଗ୍ରାହକଙ୍କୁ ଉପଯୁକ୍ତ ଆପ୍ ଚିହ୍ନଟ କରିବାରେ ଡିଜିଟା ସହାୟତା କରିବ । ଗତ କିଛି ଠକେଇରେ ବର୍ଷରେ ଫାଇନାନସିଆଲ ସେକ୍ଟରରେ ଡିଜିଟାଲ ଲୋନର ଭାଗିଦାରୀ ବଢିବାରେ ଲାଗିଛି । ତେବେ ଏଥ୍ ଯୋଗୁ ଡିଜିଟାଲ ଇରେ ମଧ୍ୟ ଦ୍ରୁତ ଅଭିବୃଦ୍ଧି ହୋଇଛି ।

Shaktikanta Das

ଲୋକେ ଏପରି ଠକେଇ ଆପ ରେ ଫଶି ହଇରାଣ ହେଉଛନ୍ତି । ଏ ନେଇ ପୋଲିସରେ ମଧ୍ୟ ଅଭିଯୋଗ ସଂଖ୍ୟା ବଢିବାରେ ଲାଗିଛି । ଏଣୁ ଡିଜିଟା ଆସିବା ପରେ ଗୁଗଲ ମଧ୍ୟ ତାଙ୍କ ପ୍ଲେ ଷ୍ଟୋରରେ କେବଳ ଡିଜିଟାଙ୍କ ସ୍ୱୀକୃତ ଆପକୁ ସ୍ଥାନ ଦେବ । ଆଇଟି ମନ୍ତ୍ରାଳୟକୁ ଆରବିଆଇ ୪୪୨ ଲେଣ୍ଡିଂ ଆପର ସୂଚୀ ଦେଇଛି । ଏହା ଉପରେ ଗୁଗଲ ଆଗକୁ କାର୍ଯ୍ୟାନୁଷ୍ଠାନ କରିବେ । ସେପ୍େଟମ୍ବର ୨୦୨୨ରୁ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ, ଗୁଗୁଲ ଏହାର ପ୍ଲେଷ୍ଟୋରରୁ ପ୍ରାୟ ୨୨୦୦ ଡିଜିଟାଲ ଲ୍ୟାଣ୍ଡିଂ ଆପ୍ ଅପସାରଣ କରିଛି । ଆରବିଆଇ ଦ୍ୱାରା ଅନୁମୋଦିତ ଆପଗୁଡ଼ିକୁ ହିଁ ଗୁଗୁଲ ଅନୁମୋଦନ କରିବାକୁ ନିଷ୍ପତ୍ତି ନେଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+