ଅପରିବର୍ତ୍ତିତ ରହିଲା ରେପୋ ରେଟ୍: ଆଉ ବଢ଼ିବନି EMI

RBI MPC unanimously decides to keep repo rate unchanged: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ତିନି ଦିନିଆ ଦ୍ୱି-ମାସିକ ମୁଦ୍ରା ନୀତି କମିଟି (ଏମପିସି) ବୈଠକ ଆଜି ଅର୍ଥାତ୍ ଅକ୍ଟୋବର 0୬ ଶେଷ ହୋଇଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏମପିସି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଘୋଷଣା କରିଛନ୍ତି ।

ମୁଦ୍ରା ନୀତି ଘୋଷଣା କରି ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଏଥର ସୁଧ ହାରରେ କୌଣସି ପରିବର୍ତ୍ତନ ହେବ ନାହିଁ । ରେପୋ ହାର 6.50 ପ୍ରତିଶତରେ ରହିବ । ୨୦୨୩ ଫେବୃୟାରୀ ସୁଦ୍ଧା ରେପୋ ହାର ୨୫୦ ଆଧାର ପଏଣ୍ଟ ବୃଦ୍ଧି ପାଇ ୭ ବର୍ଷର ଉଚ୍ଚକାରେ ୬.୫୦ ପ୍ରତିଶତରେ ପହଞ୍ଚିଥିଲା । ସେହିପରି ଏପ୍ରିଲ୍, ଜୁନ୍, ଅଗଷ୍ଟ ସୁଧା ହାରରେ କୌଣସି ପରିବର୍ତ୍ତନ ହୋଇନଥିଲା । ବର୍ତ୍ତମାନ ମୁଦ୍ରାସ୍ଫୀତି ସଂଖ୍ୟା ୬ ପ୍ରତିଶତରୁ ଅଧିକ । ତେବେ ବିଶେଷଜ୍ଞମାନେ ଦାବି କରିଛନ୍ତି ଯେ, ୨୦୨୪ ପର୍ଯ୍ୟନ୍ତ ଆରବିଆଇ ପଲିସି ହାରରେ ବିରାମ ବଟନ୍ ଦବାଇପାରେ ।

RBI

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ସମସ୍ତ କ୍ଷେତ୍ରକୁ ଧ୍ୟାନରେ ରଖି ଚଳିତ ଆର୍ଥିକ ବର୍ଷ 2023-24 ପାଇଁ ପ୍ରକୃତ ଜିଡିପି ଅଭିବୃଦ୍ଧି 6.5% ହେବ । ଆସନ୍ତା ଆର୍ଥିକ ବର୍ଷର 2024-25 ପ୍ରଥମ ତ୍ରୟମାସିକ ପାଇଁ ପ୍ରକୃତ ଜିଡିପି ଅଭିବୃଦ୍ଧି ଆକଳନ କରାଯାଇଛି ଯାହା 6.6% ରହିବ ବୋଲି ଆଶା କରାଯାଉଛି ।

RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, 2023-24 ପାଇଁ ସିପିଆଇ ମୁଦ୍ରାସ୍ଫୀତି 5.4% ହେବ ବୋଲି ଆକଳନ କରାଯାଇଛି। ଯେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ମୋଟ ମୁଦ୍ରାସ୍ଫୀତି 4.6% କୁ ହ୍ରାସ ପାଇଛି। ଗତ ବର୍ଷର ପ୍ରଥମ ତ୍ରୟମାସିକରେ ଏହା 7.3% ଥିଲା । ସେହିପରି 2023-24 ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ବର୍ତ୍ତମାନର ଜିଡିପି 1.1% କୁ ହ୍ରାସ କରାଯାଇଛି ।

କେବେ ଗତ ଫେବୃଆରୀ ମାସ ପରଠାରୁ ରେପୋ ରେଟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଫଳରେ ହମଙ୍ଗା ଉପରେ ନିୟନ୍ତ୍ରଣ କରାଯାଇପାରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+