RBI: ବନ୍ଧକମୁକ୍ତ କୃଷି ଋଣ ସୀମାକୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କଲେ ରିଜର୍ଭ ବ୍ୟାଙ୍କ

କୃଷି କ୍ଷେତ୍ରକୁ ସହାୟତା ଓ ବଢିଚାଲିଥିବା ଖର୍ଚ୍ଚର ଭରଣା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇ ବନ୍ଧକମୁକ୍ତ କୃଷିଋଣ ସୀମାକୁ ବୃଦ୍ଧି କରିଛନ୍ତି । କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ଉଦ୍ଦିଷ୍ଟ ଏହି ଋଣ ସୀମାକୁ ବର୍ତ୍ତମାନର ୧.୬ ଲକ୍ଷ ଟଙ୍କାରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

କୃଷକମାନଙ୍କ ଉପରେ ମୁଦ୍ରାସ୍ଫୀତିର ବଢିଚାଲିଥିବା ପ୍ରଭାବ ଏବଂ କୃଷି ଖର୍ଚ୍ଚ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏହାର ଉଦ୍ଦେଶ୍ୟ ହେଉଛି କୃଷକମାନଙ୍କୁ ବର୍ଦ୍ଧିତ ଆର୍ଥିକ ସୁବିଧା ପ୍ରଦାନ କରିବା ଏବଂ ବନ୍ଧକ ସମସ୍ୟା ବିନା ସେମାନଙ୍କର ପରିଚାଳନାଗତ ଏବଂ ଉନ୍ନୟନମୂଳକ ଆବଶ୍ୟକତା ପୂରଣ କରିବା ପାଇଁ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ସମ୍ବଳ ସୁନିଶ୍ଚିତ କରିବା ।

RBI

ଜାନୁଆରୀ ୧, ୨୦୨୫ରୁ ସାରା ଦେଶରେ ବ୍ୟାଙ୍କଗୁଡ଼ିକୁ ନିମ୍ନଲିଖିତ ନିର୍ଦ୍ଦେଶ ଦିଆଯାଇଛି:

  • · କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଲାଗି ନିଆଯାଉଥିବା ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ବନ୍ଧକ ସୁରକ୍ଷା ଓ ମାର୍ଜିନ ଆବଶ୍ୟକତା ଛାଡ଼ କରନ୍ତୁ ।
  • · କୃଷକ ସମୁଦାୟକୁ ଠିକ୍ ସମୟରେ ଆର୍ଥିକ ସହାୟତା ସୁନିଶ୍ଚିତ କରିବା ପାଇଁ ସଂଶୋଧିତ ନିର୍ଦ୍ଦେଶାବଳୀକୁ ଶୀଘ୍ର କାର୍ଯ୍ୟକାରୀ କରନ୍ତୁ।
  • · ଏହି ପରିବର୍ତ୍ତନ ସଂପର୍କରେ କୃଷକ ଏବଂ ଏହି କ୍ଷେତ୍ର ସହ ଜଡ଼ିତ ଅନ୍ୟ ଅଂଶୀଦାରମାନଙ୍କୁ ସୂଚୀତ କରିବା ଓ ସଚେତନତା ବୃଦ୍ଧି ନିମନ୍ତେ ବ୍ୟାପକ ପ୍ରଚାର କାର୍ଯ୍ୟ ଚଳାଇବାକୁ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦିଆଯାଉଛି ।

ଏହି ପଦକ୍ଷେପ କୃଷକମାନଙ୍କ ପାଇଁ ବିଶେଷ କରି କ୍ଷୁଦ୍ର ଓ ନାମମାତ୍ର କୃଷକ (ମୋଟ କୃଷକଙ୍କ ମଧ୍ୟରୁ ୮୬%ରୁ ଅଧିକ)ଙ୍କ ପାଇଁ ଋଣ ଉପଲବ୍ଧତା ବୃଦ୍ଧି କରିବ। ଏହି ଧରଣର କୃଷକମାନେ କମ୍ ଋଣ ଖର୍ଚ୍ଚ ଏବଂ ବନ୍ଧକ ଆବଶ୍ୟକତା ଛାଡ଼ରୁ ବିଶେଷଭାବେ ଉପକୃତ ହୋଇଥାନ୍ତି । ଏହି ପଦକ୍ଷେପ ଋଣ ବିତରଣକୁ ସୁବ୍ୟବସ୍ଥିତ କରିବା ଫଳରେ କିଷାନ କ୍ରେଡିଟ୍ କାର୍ଡ (କେସିସି) ଋଣ ସଂଖ୍ୟା ବୃଦ୍ଧି ପାଇବ ଯାହା କୃଷକମାନଙ୍କୁ କୃଷିରେ ଅଧିକ ଅର୍ଥନିବେଶ କରିବାକୁ ସୁଯୋଗ ଦେବ ଓ ସେମାନଙ୍କର ଜୀବିକାରେ ଉନ୍ନତି ଆଣିବ ।

ସଂଶୋଧିତ ସୁଧ ଛାଡ଼ ଯୋଜନା ଯାହାକି ୪% ସୁଧ ହାରରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିଥାଏ, ତା ସହିତ ଏହି ନୀତି ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ସୁଦୃଢ଼ କରିବା, କୃଷି କ୍ଷେତ୍ରକୁ ସାହାଯ୍ୟ କରିବା ଏବଂ ଋଣ ଭିତ୍ତିକ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିଥାଏ, ଯାହାକି ଦୀର୍ଘସ୍ଥାୟୀ କୃଷି ପାଇଁ ସରକାରଙ୍କ ଦୀର୍ଘମିଆଦୀ ଦୃଷ୍ଟିକୋଣର ଅନୁପୂରକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+