ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ 'ଗଭର୍ଣ୍ଣର ଅଫ୍ ଦ ଇୟର'
ନୂଆଦିଲ୍ଲୀ: ଲଣ୍ଡନରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ 'ଗଭର୍ଣ୍ଣର ଅଫ୍ ଦ ଇୟର' ପଦରେ ସମ୍ମାନିତ କରାଯାଇଛି । ସଣ୍ଟ୍ରାଲ ବ୍ୟାଙ୍କ ଲଣ୍ତନ ଦ୍ୱାରା ତାଙ୍କୁ ବିବେଚିତ କରାଯାଇଛି । ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ହେଉଛି ଏକ ଆନ୍ତର୍ଜାତୀୟ ଅର୍ଥନ ନୈତିକ ଅନୁସନ୍ଧାନ ପତ୍ରିକା । ମୁଦ୍ରାସ୍ଫୀତି ପରିଚାଳନା ତଥା COVID ମହାମାରୀ ପରି ସଙ୍କଟ ସମୟରେ ଭାରତର ବ୍ୟାଙ୍କିଙ୍ଗ୍ ସିଷ୍ଟମକୁ ଚତୁରତାର ସହ ପରିଚାଳନା କରିବା ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଅଛନ୍ତି ଓଡ଼ିଶା ପୁଅ ଶକ୍ତିକାନ୍ତ ଦାସ ।

ମାର୍ଚ୍ଚ 2023 ତାଙ୍କ ନାଁ ଏହି ପୁରସ୍କାର ପାଇଁ ସୁପାରିଶ କରାଯାଇଥିଲା। ବିଶ୍ୱର ଅଶାନ୍ତି ଏବଂ କଠିନ ପରିସ୍ଥିତିରେ ତାଙ୍କୁ କେନ୍ଦ୍ରୀୟ ବ୍ୟାଙ୍କର ନେତୃତ୍ୱ ପାଇଁ ଏହି ଆଖ୍ୟା ଦିଆଯାଇଥିଲା। ବିଶେଷ କରି COVID-19 ମହାମାରୀ ସମୟରେ, ଋଷ-ୟୁକ୍ରେନ ଯୁଦ୍ଧ ଇତ୍ୟାଦି ସମୟରେ ସମ୍ପୂର୍ଣ୍ଣ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ସେ ଖୁବ ସୁନ୍ଦର ଭାବେ ପରିଚାଳନା କରିଥିଲେ ।
ସୂଚନାଥାଉ ଯେ,ଶକ୍ତିକାନ୍ତ ଦାସ ପ୍ରଥମ ଓଡ଼ିଆ ଯିଏକି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣରଭାବେ ଦାୟିତ୍ୱ ନେଇଛନ୍ତି । ସେ ଆଠଗଡ଼ ଜେନାପଦାର ବାସିନ୍ଦା । ଦିଲ୍ଲୀର ସେଣ୍ଟ ଷ୍ଟେଫନ କଲେଜକୁ ସ୍ନାତକତ୍ତା ହାସଲ କରିବା ପରେ ସେ ୮୦ ମସିହାରେ ଆଇଏଏସ ପାଇଥିଲେ ।












Click it and Unblock the Notifications