୮୫% ପେଟିଏମ୍ ଗ୍ରାହକଙ୍କର ହେବନି କିଛି ଅସୁବିଧା: ଶକ୍ତିକାନ୍ତ ଦାସ
ନୂଆଦିଲ୍ଲୀ: ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ ପିପିବିଏଲ ଲିଙ୍କ୍ ହୋଇଥିବା ୱାଲେଟଗୁଡ଼ିକୁ ଅନ୍ୟ ବ୍ୟାଙ୍କ ସହିତ ସଂଯୋଗ କରିବାର ଶେଷ ତାରିଖ ମାର୍ଚ୍ଚ ୧୫ ତାରିଖ ଧାର୍ଯ୍ୟ କରାଯାଇଛି । ସେ କହିଛନ୍ତି ଯେ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଦିଆଯାଇଥିବା ସମୟ ଯଥେଷ୍ଟ ଏବଂ ଏହାକୁ ଆଗକୁ ବଢ଼ାଇବାକୁ କୌଣସି ଆବଶ୍ୟକତା ନାହିଁ । ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟ ଯୋଗୁଁ ୮୦ ରୁ ୮୫ ପ୍ରତିଶତ ପେଟିଏମ୍ ୱାଲେଟ୍ ଗ୍ରାହକ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ।
ବୁଧବାର ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି କଥା କହିଛନ୍ତି । ଅବଶିଷ୍ଟ ଗ୍ରାହକଙ୍କୁ ସେମାନଙ୍କ ଆପ୍ ଅନ୍ୟ ବ୍ୟାଙ୍କ ସହିତ ଲିଙ୍କ୍ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଜାନୁଆରୀ ୩୧ ରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଲିମିଟେଡ୍ (ପିପିବିଏଲ୍) କୁ କୌଣସି ଗ୍ରାହକଙ୍କ ଆକାଉଣ୍ଟରେ ଜମା, କ୍ରେଡିଟ୍ କାରବାର କିମ୍ବା ଟପ୍ ଅପ୍ ଗ୍ରହଣ କରିବାକୁ ବାରଣ କରିଥିଲା ।

ବ୍ୟାଙ୍କଗୁଡିକ ସହିତ ଲିଙ୍କ୍ କରିବାର ସମୟସୀମା ମାର୍ଚ୍ଚ ୧୫ ଭାବରେ ସ୍ଥିର କରାଯାଇଛି । ସେ କହିଛନ୍ତି ଯେ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଦିଆଯାଇଥିବା ସମୟ ଯଥେଷ୍ଟ ଏବଂ ଏହାକୁ ଆଗକୁ ବଢ଼ାଇବାର କୌଣସି ଆବଶ୍ୟକତା ନାହିଁ । ଆରବିଆଇର ପଦକ୍ଷେପ ଦ୍ୱାରା ଅଧିକ ସଂଖ୍ୟକ ଗ୍ରାହକଙ୍କର କିଛି ସମସ୍ୟା ହେବ ନାହିଁ । ଅଳ୍ପ ସଂଖ୍ୟକ ଗ୍ରାହକ ଅନ୍ୟ ବ୍ୟାଙ୍କ ସ ସେମାନଙ୍କର ୱାଲେଟ ସଂଯୋଗ କରି ପାରିବେ ।
ଶକ୍ତିକାନ୍ତ ଦାସ ଆହୁରି କହିଛନ୍ତି ଯେ ଆରବିଆଇ ଏକ ରେଗୁଲେଟେଡ ୟୁନିଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିଛନ୍ତି, ଯାହା ଏହି ମାମଲାରେ ପିପିବିଏଲ ଅଟେ ଓ ଫିନଟେକ୍ କମ୍ପାନୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି। ତେବେ ଆରବିଆଇ ଫିନଟେକ୍କୁ ସମ୍ପୂର୍ଣ୍ଣ ସମର୍ଥନ କରୁଥିବା ଓ ସେମାନଙ୍କୁ ବିକାଶ ନିମନ୍ତେ କାର୍ଯ୍ୟ କରୁଥିବା ସେ କହିଛନ୍ତି।












Click it and Unblock the Notifications