Rozgar Mela: ୫୧,୦୦୦ ଲୋକଙ୍କୁ ମିଳିବ ସରକାରୀ ଚାକିରି, ଜାଣନ୍ତୁ କେବେ ମିଳିବ ଆପୋଏଣ୍ଟମେଣ୍ଟ ଲେଟର୍
Rozgar Mela: ସେପ୍ଟେମ୍ବର 26 ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଯୁକ୍ତି ମେଳା କାର୍ଯ୍ୟକ୍ରମରେ ଯୋଗ ଦେବେ । ଏବଂ ପ୍ରାୟ 51,000 ଯୁବକ-ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ। ନୂଆଦିଲ୍ଲୀର ରାଇସିନା ରୋଡରେ ଅବସ୍ଥିତ ନ୍ୟାସନାଲ ମିଡିଆ ସେଣ୍ଟରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ ଏବଂ ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ନିଯୁକ୍ତି ପତ୍ର ପ୍ରଦାନ କରିବେ ।
ସକାଳ 10.15ରେ ପ୍ରଧାନମନ୍ତ୍ରୀ ଦିଲ୍ଲୀର ଜାତୀୟ ଗଣମାଧ୍ୟମ କେନ୍ଦ୍ରର ବିଭିନ୍ନ ସରକାରୀ ମନ୍ତ୍ରଣାଳୟ ଏବଂ ଅନୁଷ୍ଠାନରେ ପତ୍ର ବଣ୍ଟନ କରିବେ। ଭର୍ଚୁଆଲ ମୋଡରେ ଆୟୋଜିତ ହେବ ଏହି କାର୍ଯ୍ୟକ୍ରମ, ଏହି ନିଯୁକ୍ତି ପତ୍ରଗୁଡ଼ିକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବଣ୍ଟନ କରାଯାବା ନେଇ ସୂଚନା ରହିଛି ।

ସୂଚନାଥାଉ ଯେ, ଚଳିତ ବର୍ଷ ଅଗଷ୍ଟ ୨୮ରେ ନିଯୁକ୍ତି ମେଳାର ଆୟୋଜନ କରାଯାଇଥିଲା ଏବଂ ଏଥିରେ 51,000 ଯୁବକ-ଯୁବତୀଙ୍କ ସରକାରୀ ଚାକିରୀ ପାଇଁ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଥିଲା । ସେହିପରି ଗୃହ ମନ୍ତ୍ରଣାଳୟର ବିଭିନ୍ନ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର ନିଯୁକ୍ତ ପତ୍ର ବଣ୍ଟନ କରାଯାଇଛି । ଏହା ଅଧୀନରେ CRPF, BSF, SSB, ଆସାମ ରାଇଫଲ୍ସ, ସିଏସ୍ଏଫ୍, ଆଇଟିବିପି, ଏନସିବି ଏବଂ ଦିଲ୍ଲୀ ପୋଲିସରେ ଯୁବକମାନଙ୍କୁ ନିଯୁକ୍ତି ଦିଆଯାଇଥିଲା।
ଅଗଷ୍ଟ 28 ପର୍ଯ୍ୟନ୍ତ ଦେଶରେ ଆଠଟି ନିଯୁକ୍ତି ମେଳା ଆୟୋଜିତ କରାଯାଇଛି ଏବଂ ମୋଟ୍ 5.5 ଲକ୍ଷରୁ ଅଧିକ ଲୋକଙ୍କୁ ନିଯୁକ୍ତି ପତ୍ର ଦିଆଯାଇଥିବା ନେଇ ସୂଚନା ରହିଛି । ଏହା ପରେ ଅଗଷ୍ଟ 28ରେ ଆୟୋଜିତ ହୋଇଥିବା ନିଯୁକ୍ତି ମେଳାରେ 51,000ଟି ନିଯୁକ୍ତି ପତ୍ର ବଣ୍ଟନ କରାଯାଇଥିଲା ।
ଅର୍ଥାତ ସରକାରୀ ଚାକିରି ପାଇଁ ମୋଟ 6 ଲକ୍ଷ ଲୋକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିବା ନେଇ ସୂଚନା ରହିଛି । ଦେଶରେ ଆୟୋଜିତ ହୋଇ ଆସୁଥିବା ରୋଜଗାର ମେଳା ଭର୍ଚୁଆଲ୍ ମୋଡରେ ହୋଇଥାଏ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ସହ ଦେଳର ନିଯୁକ୍ତି ସ୍ଥିତି ବିଷୟରେ ଆଲୋଚନା ମଧ୍ୟ କରନ୍ତି ।












Click it and Unblock the Notifications