ଜାଡେଜାଙ୍କ ପରିବାର ଫାଟ, ପୁଅବହୁଙ୍କ ନାଁ ଏମିତି କିଛି କହିଲେ ଜାଡେଜାଙ୍କ ବାପା
ଭାରତୀୟ କ୍ରିକେଟ ରବୀନ୍ଦ୍ର ଜାଡେଜା ତାଙ୍କ ବାପାଙ୍କ ବିସ୍ଫୋରକ ସାକ୍ଷାତକାର ଉପରେ ପ୍ରତିକ୍ରିୟା ରଖିଛନ୍ତି। ପରିବାରରେ ଫାଟ ସୃଷ୍ଟି କରିଥିବାରୁ ଜାଡେଜାଙ୍କ ପତ୍ନୀ ରିଭାଭା ଦୋଷୀ ବୋଲି କହିଥିଲେ ଅନିରୁଦ୍ଧ ସିଂ । ଏହାର ଜବାବ ଏକ୍ସ ମାଧ୍ୟମରେ ଜୁନିୟର ଜାଡେଜା ଦେଇଛନ୍ତି । ଏବେ ଜାଡେଜା ବାପାଙ୍କ କଥାକୁ କାଟି ପତ୍ନୀଙ୍କ ସପକ୍ଷରେ ବାହାରିଛନ୍ତି । ଏପରିକି ରିଭାଭାଙ୍କ ବିଷୟରେ ଖରାପ କହିବା ବନ୍ଦ କରିବାକୁ ସେ କହିଛନ୍ତି ।

ସେ କହିଛନ୍ତି, "ଦିବ୍ୟ ଭାସ୍କରର ସାକ୍ଷାତକାରରେ ଯାହା ସବୁ କୁହାଯାଇଛି ସେ ସବୁ ମୂଲ୍ୟହୀନ ଓ ମିଛ । ଗୋଟିଏ ପକ୍ଷର ସବୁ କିଛି ଶୁଣା ଯାଇଛି । ଯାହାକୁ ମୁଁ ଗ୍ରହଣ କରୁ ନାହିଁ। ମୋ ପତ୍ନୀଙ୍କ ଛବିକୁ ମଳିନ କରିବା ପାଇଁ ଯେଉଁ ଚେଷ୍ଟା କରାଯାଇଛି, ତାହା ନିନ୍ଦନୀୟ ଓ ଅଭଦ୍ରତାର ପରିଚୟ ।
ଅନିରୁଦ୍ଧ ସିଂ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିଲେ। ସେଥିରେ ସେ ବିବାହ ପରେ ପୁଅଙ୍କ ଭିତରେ ଆସିଥିବା ପରିବର୍ତ୍ତନ ବିଷୟରେ କହିଥିଲେ। ଜାଡେଜା ତାଙ୍କ ସମ୍ପର୍କରେ ନାହାନ୍ତି। ଗୋଟିଏ ସହରରେ ରହୁଥିଲେ ହେଁ ଭେଟିବାକୁ ଆସୁ ନ ଥିବା ସେ କହିଥିଲେ। ଏବେ ଏହି ସାକ୍ଷାତକାରକୁ ସ୍କ୍ରିପ୍ଟେଡ୍ ବୋଲି କହିଛନ୍ତି ଜାଡେଜା। ଏକ ଟୁଇଟ୍ କରି ' ବହୁତ କିଛି କହିବାର ଅଛି, ହେଲେ ସାର୍ବଜନିକ ଭାବେ କିଛି କହିବେ ନାହିଁ, ସ୍କ୍ରିପ୍ଟେଡ୍ ସାକ୍ଷାତକାରରେ ଯାହା ବି କୁହାଯାଇଛି ତାକୁ ଅଣଦେଖା କରନ୍ତୁ ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି, "ସେ ମୋ ପୁଅ। ଏସବୁ ମୋ ହୃଦୟକୁ କଷ୍ଟ ଦେଉଛି। ତାକୁ ବାହା ନ କରିଥିଲେ ଭଲ ହୋଇଥାଆନ୍ତା ବୋଲି ଭାବୁଛି। ଯଦି ସେ କ୍ରିକେଟର ନ ହୋଇଥାଆନ୍ତା, ତା'ହେଲେ ଭଲ ହୋଇଥାଆନ୍ତା। ଆମକୁ ଏସବୁ ଜିନିଷ ସବୁ ଦେଖିବାକୁ ପଡ଼ି ନଥାଆନ୍ତା।












Click it and Unblock the Notifications