‘ଶଶି ଥରୁର ହେଉଛନ୍ତି ଇଂରେଜ୍, ସେ କେବଳ ନିର୍ବାଚନ ହେଲେ ଭାରତ ଆସନ୍ତି'
ନୂଆଦିଲ୍ଲୀ: ଦେଶରେ ଚାଲିଥିବା ସାଧାରଣ ନିର୍ବାଚନ ଏବେ ଶେଷ ପର୍ଯ୍ୟାୟରେ । ଶେଷ ପର୍ଯ୍ୟାୟ ମତଦାନ ଲାଗି ବର୍ତ୍ତମାନ ଦେଶରେ ପ୍ରଚାର ଜୋରଦାର କରୁଛନ୍ତି ରାଜନୈତିକ ଦଳ । ସବୁଠି ଶାସକ ବିରୋଧିଙ୍କ ମଧ୍ୟରେ ଆରୋପ ପତ୍ୟାରୋପ ଦେଖିବାକୁ ମିଳିଛି । ଆସନ୍ତା ୧ ତାରିଖରେ ଶେଷ ପର୍ଯ୍ୟାୟ ଭୋଟିଂ ହେବ ।
ଏହାପରେ ଜୁନ ୪ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ଆଉ ଏହାରି ଭିତରେ କଂଗ୍ରେସ ନେତା ଶଶି ଥରୁରଙ୍କ ଉପରେ ଏକ ବଡ଼ ଆରୋପ ଲଗାଇଛନ୍ତି ଉତ୍ତରପ୍ରଦେଶର ଗୋରଖପୁରରେ ଭାଜପା ପ୍ରାର୍ଥୀ ରବି କିଶନ । ରବି କିଶନ ନିର୍ବାଚନ ପ୍ରଚାର ସମୟରେ ଶଶି ଥରୁରଙ୍କୁ ଟାର୍ଗେଟ କରିଛନ୍ତି । ଥରୁର ବିଜେପି ୩୦୦ଆସନ ପାର କରିବ ନାହିଁ ବୋଲି ବୟାନ ଦେଇଥିଲେ । ଏହାର ଜବାବ ଦେଇ ରବି କିଶନ ତାଙ୍କୁ ଜଣେ ଇଂରେଜ ଲୋକ ବୋଲି କହିଛନ୍ତି ।

ଏଥିସହ ଭାରତ ଲୋକ ଛୁଟି ହେଲେ ମନାଲି ଏବଂ ଶିମ୍ଲା ଯାଆନ୍ତି, ହେଲେ ଥରୁର ନିର୍ବାଚନ ସମୟରେ ଭାରତ ଆସନ୍ତି । ଥରୁର ଦେଶକୁ ଜାଣନ୍ତି ନାହିଁ । ରବି କିିଶନ ଆହୁରି କହିଛନ୍ତି , ମୁଁ ସର୍ବଦା ଭୋଜପୁରୀରେ କଥା ହୋଇଥାଏ । ମୋ ଭାଷଣ ମଧ୍ୟ ଭୋଜପୁରୀରେ ଥାଏ । ଏହା ଆମର ମାତୃଭାଷା ଓ ଆମର ପରିଚୟ । ଭୋଜପୁରୀ ଯୋଗୁ ମୁଁ ସୁପରଷ୍ଟାର ହୋଇଛି । ଆମେ ଭାଷା ପାଇଁ ଲଢ଼ିଛୁ । ଯୁବକମାନେ ନିଜର ପରିଚୟ ଛାଡ଼ିବେ ନାହିଁ ବୋଲି ସେ ମଧ୍ୟ କହିଛନ୍ତି ।












Click it and Unblock the Notifications