ବାଂଲାଦେଶୀ ହିନ୍ଦୁମାନଙ୍କ ପାଇଁ ମୁହଁ ଖୋଲିଲେ ରବୀନା ଟଣ୍ଡନ,କହିଲେ 'କିଛି ଲୋକ ଏହାକୁ ମଧ୍ଯ...
ବଲିଉଡ୍ ଅଭିନେତ୍ରୀ ରବୀନା ଟଣ୍ଡନ୍ ବାଂଲାଦେଶୀ ହିନ୍ଦୁ ଯୁବକ ଦୀପୁ ଦାସଙ୍କ ହତ୍ୟା ମାମଲା ଉପରେ ନିଜର ଚିନ୍ତା ପ୍ରକାଶ କରିଛନ୍ତି। ସେ ଏହି ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବାଂଲାଦେଶରେ ଦୀପୁ ଦାସଙ୍କୁ ସର୍ବସାଧାରଣରେ ଫାଶୀ ଦିଆଯିବା ପରେ ଏହି ଘଟଣା ଶିରୋନାମା ପାଲଟିଥିଲା। ତା'ପରେ ତାଙ୍କ ମୃତଦେହକୁ ସମସ୍ତଙ୍କ ସମ୍ମୁଖରେ ପୋଡ଼ି ଦିଆଯାଇଥିଲା। ଏହି ଘଟଣାର ଏକ ଭୟଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯାହା ଫଳରେ ସମଗ୍ର ଅଞ୍ଚଳବାସୀ ନିନ୍ଦା କରିଥିଲେ। ରବୀନା ଟଣ୍ଡନ୍ ମଧ୍ୟ ଏହି ସମ୍ପର୍କରେ ମୁହଁ ଖୋଲିଛନ୍ତି ।

ଦୀପୁ ଦାସଙ୍କ ହତ୍ୟା ଉପରେ ରବୀନା ଟଣ୍ଡନଙ୍କ ପ୍ରତିକ୍ରିୟା ଦେଇ ଛନ୍ତି । ଅଭିନେତ୍ରୀ ରବୀନା ଟଣ୍ଡନ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରିଛନ୍ତି, "କିଛି ଲୋକ ଏବେ ବି ଏହି ହତ୍ୟାକୁ ଯଥାର୍ଥ କରିବେ।" ସେ ତାଙ୍କ ପୋଷ୍ଟରେ ଏକ ସ୍କ୍ରିନସଟ୍ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ବାଂଲାଦେଶରେ ଯେଉଁ ହିନ୍ଦୁ ବ୍ୟକ୍ତିଙ୍କ ମୃତଦେହ ପୋଡ଼ି ଦିଆଯାଇଥିଲା ତାଙ୍କ ବିରୁଦ୍ଧରେ ଈଶ୍ୱର ନିନ୍ଦାର କୌଣସି ପ୍ରମାଣ ମିଳିନାହିଁ।












Click it and Unblock the Notifications