ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ହେଲେ ରେବାନ୍ତ, ୭ ତାରିଖରେ ନେବେ ଶପଥ
Telangana Assembly Election: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ହେବେ ରେବାନ୍ତ ରେଡ୍ଡୀ । ଆସନ୍ତା ଡିସେମ୍ବର ୭ରେ ମୁଖ୍ୟମନ୍ତ୍ରୀ ଭାବେ ସେ ସପଥ ନେବେ । ରେବାନ୍ତ ରେଡ୍ଡୀଙ୍କୁ ନେଇ ବିଧାୟକ ଦଳ ବୈଠକ ହେବା ପରେ ସର୍ବସମ୍ମତିରେ ନିଷ୍ପତ୍ତି ନିଆଯାଇଛି । ରେବାନ୍ତ ରେଡ୍ଡୀ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ବିପକ୍ଷରେ କାମାଡେଡିରେ ନେତୃତ୍ୱ ନେଉଛନ୍ତି । ୨୦୨୧ ମସିହା ଜୁଲାଇ ମାସରେ ରେବାନ୍ତ କଂଗ୍ରେସ ଦଳରେ ଯୋଗ ଦେଇଥିଲେ ।

ଦଳରେ ତାଙ୍କର ଦବଦମା ରହିଛି । ୬ ବର୍ଷ ମଧ୍ୟରେ ସେ ପାର୍ଟିର ରଙ୍ଗ ରୂପ ବେଶ ଭଲ ଭାବେ ବଦଳାଇବା ସହ ଷ୍ଟାର କ୍ୟାମ୍ପେନର ସାଜିଛନ୍ତି । ତେବେ ଏହା ମଧ୍ୟ କୁହାଯାଏ ସେ ରେଡ୍ଡି କମ୍ୟୁନିଟିର ବୋଲି ତାଙ୍କର ବେଶ୍ ଅଧିକ ଫ୍ୟାନ ଫଲୋଇଙ୍ଗ୍ ରହିଛି । ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳକ କାର୍ଯ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ବଡ଼ ବଡ଼ ସମାବେଶ କରି ସମ୍ବୋଧନ କରୁଥିଲେ ।
ତେଲେଙ୍ଗାନାର ମୋଟ 119 ଟି ସିଟ୍ ମଧ୍ୟରୁ 64 ଟି ଜିତିଛି କଂଗ୍ରେସ। ବିଆରଏସ୍ 39 ଟି ସିଟ୍ ଏବଂ ବିଜେପି ଆଠଟି ସିଟ୍ ଜିତିଛି। ଏଠାରେ ସରକାର ଗଠନ ପାଇଁ ଯେକୌଣସି ଦଳ ମ୍ୟାଜିକ୍ ନମ୍ବର 60 କ୍ରସ୍ କରିବା ଆବଶ୍ୟକ । କଂଗ୍ରେସ 39.40 ପ୍ରତିଶତ ଭୋଟ୍, BRS 37.35 ପ୍ରତିଶତ ଭୋଟ୍ ଏବଂ ବିଜେପି 13.90 ପ୍ରତିଶତ ଭୋଟ୍ ପାଇଛି।
କୋଡଙ୍ଗାଲ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଆରଏସର ପି ନରେନ୍ଦ୍ର ରେଡ୍ଡୀଙ୍କୁ 32000 ରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି ରେଭନ୍ତ ରେଡ୍ଡୀ। ବିଧାନସଭା ନିର୍ବାଚନ ଫଳାଫଳ ପରଠାରୁ ରେଭାଣ୍ଟ ସିଏମ୍ ଦୌଡ଼ରେ ଅଗ୍ରଣୀ ରହିଆସିଛନ୍ତି।












Click it and Unblock the Notifications