ଲୋକଙ୍କ ଉପରକୁ ଅଗ୍ନି ଅସ୍ତ୍ର ଚଳାଇଲା ରାବଣ !
ରାବଣ ଦେହରେ ନିଆଁ ଲଗାଇଲେ ଲୋକେ । ଆଉ ପ୍ରତି ଉତ୍ତରରେ ଲୋକଙ୍କ ଉପରକୁ ଅଗ୍ନି ବାଣ ଚଳାଇଲା ରାବଣ ।
ଲକ୍ଷ୍ନୌ: ରାବଣ ଦେହରେ ନିଆଁ ଲଗାଇଲେ ଲୋକେ । ଆଉ ପ୍ରତି ଉତ୍ତରରେ ଲୋକଙ୍କ ଉପରକୁ ଅଗ୍ନି ବାଣ ଚଳାଇଲା ରାବଣ । ଆପଣ ଭାବୁଥିବେ, ଏପରି ଅଜବ ଘଟଣା କେମିତି କେଉଁଠି ଘଟିଛି । ଆଜ୍ଞା ହଁ, ଗତକାଲି ଉତ୍ତରପ୍ରଦେଶର ମୁଜାଫରନଗରର ସରକାରୀ ଇଣ୍ଟର କଲେଜ ଗ୍ରାଉଣ୍ଡରେ ବିଜୟା ଦଶମୀରେ ରାବଣ ପୋଡି ଉତ୍ସବରେ ଏମିତି ଘଟଣା ଘଟିଛି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ଭିଡିଓରେ, ଦେଖିବାକୁ ମିଳୁଛି ଯେ ରାବଣ ଦେହରେ ଅଗ୍ନି ସଂଯୋଗ ହେବା ପରେ ପାଲଟା ଅଗ୍ନି ଉପସ୍ଥିତ ଥିବା ଦର୍ଶକଙ୍କ ଉପରକୁ ଗୁଳି ପରି ମାଡି ଆସୁଛି । ରାବଣ ଦେହରେ ଖଞ୍ଜା ହୋଇଥିବା ରକେଟ୍ ବାଣ ଯୋଗୁଁ ଏପରି ଘଟଣା ଘଟିଛି । ସୁରକ୍ଷା ପାଇଁ ନିୟୋଜିତ ପୋଲିସ କର୍ମଚାରୀମାନେ ମଧ୍ୟ ଏହି ଅଗ୍ନି ବର୍ଷାରୁ ନିଜକୁ ରକ୍ଷା କରୁଥିବା ଦେଖିବାକୁ ମିଳିଥିଲା । ତେବେ ଏହି ଦୁର୍ଘଟଣାରେ କୌଣସି ବ୍ୟକ୍ତି ଆହତ ହୋଇନାହାଁନ୍ତି।
मुज़फ़्फ़रनगर में अपने को जलाए जाने से क्रुद्ध रावण ने मौक़े पर मौजूद लोगों पर अग्नि-वाण चलाए 😬 pic.twitter.com/zuDmH3dKXa
— Umashankar Singh उमाशंकर सिंह (@umashankarsingh) October 5, 2022
ଅନ୍ୟପଟେ ହରିୟାଣାର ଯମୁନାନଗରରେ ରାବଣ ପୋଡି ଉତ୍ସବରେ ଏକ ଭୟାନକ ଦୁର୍ଘଟଣା ଘଟିଛି । ନିଆଁ ଲାଗିବା ପରେ ହଠାତ୍ ରାବଣର ପୁତଳିକାଟି ଉପସ୍ଥିତ ଦର୍ଶକଙ୍କ ଉପରେ ପଡିଯାଉଛି । ଏହି ଦୁର୍ଘଟଣାରେ କୌଣସି ବ୍ୟକ୍ତି ଆହତ ହୋଇ ନ ଥିବା ସୂଚନା ରହିଛି ।
#WATCH | Haryana: A major accident was averted during Ravan Dahan in Yamunanagar where the effigy of Ravana fell on the people gathered. Some people were injured. Further details awaited pic.twitter.com/ISk8k1YWkH
— ANI (@ANI) October 5, 2022












Click it and Unblock the Notifications