ପୋଡ଼ିବା ପୂର୍ବରୁ ପ୍ରବଳ ବର୍ଷା ଭାଙ୍ଗିଦେଲା ରାବଣର ମୁଣ୍ଡ

ବିଜୟା ଦଶମୀ ଅବସରରେ ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ଉତ୍ସବ ମଧ୍ୟ ଆୟୋଜନ କରାଯାଉଛି । ଦଶହରା ଅବସରରେ ପାଟନାର ଗାନ୍ଧୀ ମଇଦାନରେ ରାବଣ ଦହନ ଉତ୍ସବ ପାଇଁ ପ୍ରସ୍ତୁତି ଚାଲିଥିଲା । କିନ୍ତୁ ଏହି ସମୟରେ ହଠାତ୍ ଆକାଶରେ କଳା ମେଘ ଘୋଟି ଆସିଲା ଆଉ ମୁସଳ ଧାରାରେ ବର୍ଷା ହୋଇଥିଲା । ଯାହାଫଳରେ ଆତସବାଜିରେ ସଜ୍ଜିତ ରାବଣ, କୁମ୍ଭକର୍ଣ୍ଣ ଏବଂ ମେଘନାଦର ବିଶାଳ ପ୍ରତିମାଗୁଡ଼ିକ ସମ୍ପୂର୍ଣ୍ଣ ଓଦା ହୋଇଯାଇଥିଲା । ବର୍ଷା ଏତେ ପରିମାଣରେ ହୋଇଥିଲା ଯେ ରାବଣର ମୁଣ୍ଡ ପୋଡ଼ିବା ପୂର୍ବରୁ ଭାଙ୍ଗିଯାଇଥିଲା ।

ravan

ସୂଚନା ଅନୁସାରେ, ବିଜୟାଦଶମୀ ଅବସରରେ ଗାନ୍ଧି ମଇଦାନରେ ଏକ ବଡ଼ ରାବଣ ପୋଡ଼ି ଉତ୍ସବ ଆୟୋଜନ ହୋଇଥିଲା । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଏହି ରାବଣ ପୋଡ଼ି ଉତ୍ସବରେ ଯୋଗ ଦେବାର ଥିଲା । କିନ୍ତୁ ବର୍ଷା ସବୁକିଛି ବ୍ୟାହତ କରିଛି । ପ୍ରବଳ ବର୍ଷା ରାବଣ ପୋଡ଼ି ଉତ୍ସବ ଦେଖିବାକୁ ଆସିଥିବା ଲୋକଙ୍କ ଉତ୍ସାହକୁ କମ୍ କରିଦେଲା । ପ୍ରବଳ ବର୍ଷାରୁ ରକ୍ଷା ପାଇବା ପାଇଁ ଲୋକମାନେ ନିରାପଦ ସ୍ଥାନକୁ ଦୌଡ଼ୁଥିବାର ଦେଖିବାକୁ ମିଳିଥିଲା ।

ତେବେ ବର୍ଷା କମିବା ପରେ ରାବଣ ପୋଡ଼ି ଉତ୍ସବର ପ୍ରସ୍ତୁତି ନୂତନ ଭାବରେ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସମେତ ଅନେକ ଭିଆଇପି ଯୋଗ ଦେଉଛନ୍ତି। ଏପରି ପରିସ୍ଥିତିରେ ବର୍ଷା ଯୋଗୁଁ ଆୟୋଜକ ଏବଂ ସ୍ଥାନୀୟ ପ୍ରଶାସନ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+