ମହାରାଷ୍ଟ୍ରରେ ପୁନଃ ନିର୍ବାଚନ କରିବାକୁ ସଞ୍ଜୟଙ୍କ ଦାବି

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇସାରିଛି । ମହାୟୁତି ମେଣ୍ଟ ୨୮୮ ବିଧାନସଭା ଆସନରୁ ୨୩୦ଟି ଆସନ ହାସଲ କରି ପ୍ରଚଣ୍ଡ ବିଜୟ ହାସଲ କରିଛି । ଅନ୍ୟପକ୍ଷରେ ମହାବିକାଶ ଆଘାଡି (କଂଗ୍ରେସ, ଶିବସେନା ୟୁବିଟି, ଏନସିପି ଶରଦ ପାୱାର) ୫୦ରୁ କମ୍ ଆସନ ହାସଲ କରିଛି।

କିନ୍ତୁ ଏହି ଶୋଚନୀୟ ପରାଜୟକୁ ଏବେ ବି ଗ୍ରହଣ କରିପାରୁନାହାନ୍ତି ଶିବସେନା (ୟୁବିଟି) ନେତା ସଂଜୟ ରାଉତ । ସେ ନିର୍ବାଚନ ଫଳାଫଳକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଓ ବାଲାଟ୍ ପେପର ବ୍ୟବହାର କରି ମହାରାଷ୍ଟ୍ରରେ ପୁନଃ ନିର୍ବାଚନ କରିବାକୁ ଦାବି କରିବା ସହ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍)ରେ ଅନିୟମିତତା ହୋଇଥିବା ଦାବି କରିଛନ୍ତି।

sanjay raut

ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଶ୍ରୀ ରାଉତ ଇଭିଏମ୍ ରେ ତ୍ରୁଟି ନେଇ ଅନେକ ଅଭିଯୋଗ ଆଣିବା ସହ ନିକଟରେ ହୋଇଥିବା ନିର୍ବାଚନର ନିରପେକ୍ଷତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ରାଉତ ଆହୁରି କହିଛନ୍ତି ଯେ ଚଳିତ ନିର୍ବାଚନରେ ଇଭିଏମ୍ ଏକ ପ୍ରମୁଖ ପ୍ରସଙ୍ଗ ହୋଇଛି। ତେଣୁ ଏଥର ଆମେ ଏହି ଫଳାଫଳକୁ ବାଦ୍ ଦେଇ ପୁଣି ଥରେ ବ୍ୟାଲଟ୍ ପେପର ବ୍ୟବହାର କରି ନିର୍ବାଚନ କରିବାକୁ ଦାବି କରୁଛୁ।

ଇଭିଏମକୁ ନେଇ ପ୍ରାୟ ୪୫୦ଟି ଅଭିଯୋଗ ଆସିଛି। ବାରମ୍ବାର ଆପତ୍ତି ଉଠାଇବା ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉନାହିଁ। ଆମେ କେମିତି କହିପାରିବା ଯେ ଏହି ନିର୍ବାଚନଗୁଡିକ ନିରପେକ୍ଷ ଭାବରେ ଅନୁଷ୍ଠିତ ହୋଇଥିଲା? ତେଣୁ ଫଳାଫଳକୁ ବାତିଲ କରି ପୁନଃ ନିର୍ବାଚନ କରିବାକୁ ମୁଁ ଦାବି କରୁଛି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+