ଲକଡାଉନରେ ୧୨ ବୋତଲ ମଦ ପିଇଦେଲେ ମୂଷା, ପାଣିରେ ପଡିଲା ୧୫ଶହ ଟଙ୍କା
ଦକ୍ଷିଣୀ ରାଜ୍ୟରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଯାହା ଜାଣି ଆପଣ ହସିବେ, କିନ୍ତୁ ଏହା ସତ୍ୟ । ଘଟଣାଟି ହେଲା ୧୨ ବୋତଲ ମଦ ପିଇଦେଲେ ମୂଷା । ଲକଡାଉନରେ ଦୋକାନ ବନ୍ଦ ଥିଲା ।
ତାମିଲନାଡୁ: ଦକ୍ଷିଣୀ ରାଜ୍ୟରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଯାହା ଜାଣି ଆପଣ ହସିବେ, କିନ୍ତୁ ଏହା ସତ୍ୟ । ଘଟଣାଟି ହେଲା ୧୨ ବୋତଲ ମଦ ପିଇଦେଲେ ମୂଷା । ଲକଡାଉନରେ ଦୋକାନ ବନ୍ଦ ଥିଲା । ପରେ ଦୋକାନ ଖୋଲି ଦେଖିବା ବେଳେକୁ ୧୨ଟି ମଦ ବୋତଲ ଖାଲି ଗଡୁଛି । ଘଟଣା ଘଟିଛି ସ୍ଥାନୀୟ ନୀଳଗିରି ଜିଲ୍ଲାର ଗୁଡାଲୁର ସହର ଟିଏଏସଏମଏସିରେ ଥିବା ଗୋଟିଏ ସରକାରୀ ମଦ ଦୋକାନରେ । ଘଟଣା ଲୋକଙ୍କ ସାମ୍ନାକୁ ଆସିବା ପରେ, ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

ସୋମବାର ଦିନ ଏହି ଘଟଣା ସାମ୍ନାକୁ ଆସିଥିଲା ଯେତେବେଳେ ଦୋକାନର ଜଣେ କର୍ମଚାରୀ ସେଦିନ ଦୋକାନ ଖୋଲିଥିଲେ । ୧୨ଟି ମଦ ବୋତଲ ଖାଲି ଥିବା ଦେଖିବାକୁ ମିଳିଥିଲା । ସୂଚନା ଥାଉକି, ଲକଡାଉନ୍ ହେତୁ ଏହି ଦୋକାନ ବହୁତ ସମୟ ପର୍ଯ୍ୟନ୍ତ ବନ୍ଦ ରହିଥିଲା ।
ଦୋକାନ କର୍ମଚାରୀ କହିଛନ୍ତି ଯେ, 12 ଟି ମଦ ବୋତଲର କ୍ୟାପ୍ ଖୋଲା ଅଛି ଏବଂ ବୋତଲଗୁଡ଼ିକ ସମ୍ପୂର୍ଣ୍ଣ ଖାଲି ଅଛି । ବୋତଲଗୁଡିକରେ ମୂଷା କାମୁଡ଼ିବା ଚିହ୍ନ ଅଛି । ଏହି ଘଟଣା ବିଷୟରେ ସୂଚନା ପାଇବା ପରେ, TASMAC ର ଅଧିକାରୀମାନେ ଏକ ଅନୁସନ୍ଧାନ କରିଥିଲେ, ଯେଉଁଥିରେ ଜଣାପଡିଛି ଯେ ଦୋକାନରେ ଉପସ୍ଥିତ ଥିବା ମୂଷାମାନେ ଏହି କାର୍ଯ୍ୟ କରିଛନ୍ତି । ମଦ ବୋତଲର ମୂଲ୍ୟ ପ୍ରାୟ 1500 ଟଙ୍କା ବୋଲି କୁହାଯାଉଛି।












Click it and Unblock the Notifications