ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର, ଶସ୍ତାରେ ମିଳିବ LPG ଗ୍ୟାସ୍
Ration Card Holders: ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର । ଅନ୍ତଦୋୟା ଅନ୍ନ ଯୋଜନା କାର୍ଡଧାରୀଙ୍କୁ ଏଣିକି ସିଲିଣ୍ତର ଉପରେ ୨୭୫ଟଙ୍କାର ସବସିଡି ମିଳିବ । ଅର୍ଥାତ୍ ଏବେ ମାତ୍ର ୪୨୮ ଟଙ୍କାରେ ମିଳିବ ଏଲପିଜି ଗ୍ୟାସ ସିଲିଣ୍ତର ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଏହି ସୁବିଧା ଗୋଆ ସରକାର ନିଜ ରାଜ୍ୟବାସୀଙ୍କ ପାଇଁ ଘୋଷଣା କରିଛନ୍ତି । ଗୋଆ ସିଏମ୍ ପ୍ରମୋଦ ସାୱନ୍ତ ଏବଂ କେନ୍ଦ୍ରମନ୍ତ୍ରୀ ଶିରପଦ୍ ୱାଇ ନାୟକ ଗତକାଲି ପାନଜୀରେ ଏନେଇ ଘୋଷଣା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାୱନ୍ତ କହିଛନ୍ତି, ପ୍ରଧାନମନ୍ତ୍ରୀ ପୂର୍ବରୁ ଏଲପିଜି ସିଲିଣ୍ତର ଉପରେ ୨୦୦ ଟଙ୍କା ସବସିଟି ନେଇ ଘୋଷଣା କରିଥିଲେ । ସେହିପରି ଗୋଆ ସରକାର ଏକ AAY ରାସନ କାର୍ଡଧାରୀଙ୍କୁ ମାସକୁ ଅତିରିକ୍ତ ୨୭୫ ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି ।
ସୂଚନା ଅନୁସାରେ, ରାଜ୍ୟରେ ୧୧.୦୦୦ରୁ ଅଧିକ ଲୋକଙ୍କ ପାଖରେ AAY ରାସନ କାର୍ଡ ଅଛି । ବର୍ତ୍ତମାନ ୪୭୫ ଟଙ୍କା ସବସିଡି ଯୋଗାଇଦିଆଯିବ ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ରାକ୍ଷୀ ଉପଲକ୍ଷେ କେନ୍ଦ୍ର ସରକାର ଦେଶବାସୀଙ୍କୁ ଉପହାର ଦେଇଥିଲେ । ଗୋଆରେ ସମାନ ଦିନଠାରୁ ନୂଆ ଦରର ଗ୍ୟାସ୍ ମିଳିବା ଆରମ୍ଭ ହୋଇଯାଇଛି । ଗୋଆ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଆମେ AAY ରାସନ କାର୍ଡଧାରୀଙ୍କ ପାଇଁ ୨୭୫ ଟଙ୍କା ଅତିରିକ୍ତ ସବସିଡି ଘୋଷଣା କରିଛୁ ।
ସୂଚନାଥାଉ ଯେ, ସେପ୍ଚେମ୍ବର ୧ ତାରିଖରେ କମର୍ସିଆଲ ଗ୍ୟାସ ସିଲିଣ୍ତର ଦର ମଧ୍ୟ ହ୍ରାସ୍ ପାଇଥିଲା । ୧୯ କେଜି କମର୍ସିଆଲ ଗ୍ୟାସ୍ ସିଲିଣ୍ତର ଦର ୧୫୮ ଟଙ୍କା ହ୍ରାସ୍ ପାଇଛି । ଗତକାଲିଠୁ ନୂଆ ଦର ଲାଗୁ ହୋଇଥିବା ନେଇ ସୂଚନା ରହିଛି ।












Click it and Unblock the Notifications