Get Updates
Get notified of breaking news, exclusive insights, and must-see stories!

Ratan Tata's love of flying: ୬୯ ବର୍ଷରେ ଉଡାଇଥିଲେ ଯୁଦ୍ଧ ବିମାନ

ବିଶିଷ୍ଟ ଶିଳ୍ପପତି ତଥା 'ଟାଟା ଗ୍ରୁପ'ର ପୂର୍ବତନ ମୁଖ୍ୟ ରତନ ଟାଟାଙ୍କର ପରଲୋକ ହୋଇଛି । ଗତ କିଛି ଦିନ ହେବ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ରତନ ଟାଟା ଗତକାଲି (ବୁଧବାର) ବିଳମ୍ବିତ ରାତିରେ 86 ବର୍ଷ ବୟସରେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ନେତୃତ୍ବରେ 'ଟାଟା ସମୂହ'ର ବ୍ୟବସାୟିକ ନେଟଓ୍ବାର୍କ ପ୍ରାୟ ସମସ୍ତ କ୍ଷେତ୍ରରେ ପ୍ରବେଶ କରିଥିଲା ।

ଉଦ୍ୟୋଗ ଜଗତକୁ ଉଦାସୀନ କରି ଇହଧାମରୁ ସବୁ ଦିନ ପାଇଁ ଉଭେଇ ଯାଇଛନ୍ତି ଭାରତୀୟ ଶିଳ୍ପର ଧ୍ରୁବ ତାରା । ୮୬ ବର୍ଷ ବୟସରେ ମୁମ୍ବାଇ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ତାଙ୍କର ବିୟୋଗ ହୋଇଛି । ରତନ ଟାଟାଙ୍କ ଦେହାନ୍ତରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ରତନ ଟାଟା କେବଳ ଜଣ ଉଦ୍ୟୋଗପତି ହେବାର ଇଚ୍ଛା ରଖିନଥିଲେ ବରଂ ଫାଇଟର ବିମାନ ଉଡାଇବାରେ ମାହିର ଥିଲେ । ସେ ଜଣେ ଲାଇସେନ୍ସ ପ୍ରାପ୍ତ ପାଇଲଟ ଥିଲେ । ଯେପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟ ଭଲ ଥିଲା, ସେ ପର୍ଯ୍ୟନ୍ତ ପାଇଲଟ୍ ଭାବରେ ଉଡ଼ାଣ ଜାରି ରଖିଥିଲେ।

ରତନ ଟାଟା ହେଉଛନ୍ତି F-16 ଫାଲକନ୍ ଯୁଦ୍ଧ ବିମାନ ଉଡ଼ାଇଥିବା ପ୍ରଥମ ଭାରତୀୟ ନାଗରିକ । ୨୦୦୭ରେ ୬୯ ବର୍ଷ ବୟସରେ ସେ F-16 ଫାଲକନ୍ ଯୁଦ୍ଧ ବିମାନ ଉଡ଼ାଇ ସମସ୍ତଙ୍କୁ ଚକିତ କରିଦେଇଥିଲେ । ବେଙ୍ଗାଲୁରୁର ଏକ ଏୟାର ଶୋ'ରେ ରତନ ଟାଟା F-16 ର ସହ-ପାଇଲଟ୍ ଭାବରେ କାର୍ଯ୍ୟ କରିଥିଲେ,

ratan tata

ଯାହାକୁ ପଲ୍‌ ହ୍ୟାଟନଡର୍ଫ ଉଡ଼ାଇଥିଲେ। ହ୍ୟାଟନଡର୍ଫ ଥିଲେ ବିମାନ ନିର୍ମାତା କମ୍ପାନୀ ଲକ୍‌ହିଡ ମାର୍ଟିନ୍‌ର ଜଣେ ପରୀକ୍ଷଣ ପାଇଲଟ। ରତନ ନାନଟା ଯେଉଁ F-16 ବ୍ଲକ ୫୦ ଯୁଦ୍ଧ ବିମାନ ଉଡ଼ାଇଥିଲେ ତା'ର ମୂଲ୍ୟ ହେଉଛି ୪୦୦ କୋଟିରୁ ଅଧିକ। ଏହି ଜେଟ୍ ଘଣ୍ଟା ପ୍ରତି ୨୦୦୦ କିଲୋମିଟରରୁ ଅଧିକ ବେଗରେ ଉଡ଼ିପାରେ।

ଏହି ଯୁଦ୍ଧ ବିମାନ ସହ ରତନ ଟାଟା ପ୍ରାୟ ୪୦ ମିନିଟ୍ ଆକାଶରେ ବିତାଇ ଥିଲେ ଏବଂ ମଝିରେ ଉଡ଼ାଣକୁ ନିୟନ୍ତ୍ରଣ ମଧ୍ୟ କରିଥିଲେ। ଅବତରଣ ସମୟରେ ସେ ଅଳ୍ପ ଥକି ଯାଇଥିଲେ। ଲ୍ୟାଣ୍ଡ କରିବା ପରେ ସେ ଏହି ବିମାନ ବିଷୟରେ କହିଥିଲେ- It Was Graeat ଅର୍ଥ ଏହା ବହୁତ ଭଲ ଥିଲା। ରତନ ଟାଟା ବିମାନ ଉଡାଇବା ସହିତ ସ୍କୁବା ଡାଇଭିଂର ଇଚ୍ଛା ରଖିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+