Get Updates
Get notified of breaking news, exclusive insights, and must-see stories!

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ରତନ ଟାଟାଙ୍କର ଶେଷକୃତ୍ୟ ସମ୍ପନ୍ନ

ମୁମ୍ୱାଇ: 'ରତନ ଟାଟା'ଙ୍କ ଅନ୍ତିମ ସଂସ୍କାର ମୁମ୍ୱାଇର ବର୍ଲି ସ୍ଥିତି ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି । ସାରା ଦେଶ ତାଙ୍କୁ ଅଶ୍ରୁଳ ବିଦାୟ ଜଣାଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପାର୍ସୀ ରୀତିନୀତିରେ ରତନ ଟାଟାଙ୍କ ଅନ୍ତିମ ସତ୍କାର ସମ୍ପାଦନ ହୋଇଛି। ପାର୍ସୀ ସମ୍ପ୍ରଦାୟର ହୋଇଥିବାରୁ ତାଙ୍କ ମରଶରୀରକୁ ପୋତା ଯାଇନି କି ପୋଡ଼ା ଯାଇନି। ରୀତି-ନୀତି ଅନୁସାରେ ଶେଷକୃତ୍ୟ ସମ୍ପନ୍ନ ପୂର୍ବରୁ ମରଶରୀରକୁ ଗାଧୋଇ ଦିଆଯିବା ପରେ ନୂଆ ବସ୍ତ୍ର ପିନ୍ଧାଇ ଦିଆଯାଇଥିଲା।

ପାର୍ସି ପରମ୍ପରା କ୍ରମେ ଶରୀରକୁ ଶବଗୃହରେ ରଖଯାଏ। ସେଠାରେ ଚିଲ-ଶାଗୁଣା ଶବକୁ ଖାଇଥାନ୍ତି। ଏହା ପାର୍ସୀ ପରମ୍ପରାର ନିୟମ ହୋଇଥିବାରୁ ରତନ ଟାଟାଙ୍କ ଶେଷକୃତ୍ୟ ଏହି ଅନୁସାରେ ସମ୍ପନ୍ନ ହୋଇଛି। । ଗୁରୁବାର ଶେଷ ଦର୍ଶନ ପାଇଁ ତାଙ୍କ ପାର୍ଥିବ ଶରୀରକୁ ମୁମ୍ୱାଇର NCPA ଗ୍ରାଉଣ୍ଡରେ ରଖାଯାଇଥିଲା । ଏଠାରେ ହଜାର ହଜାର ସଂଖ୍ୟାରେ ଲୋକେ ତାଙ୍କର ଶେଷ ଦର୍ଶନ କରିଥିଲେ ।

ratan tata

ଭାରତୀୟ ଶିଳ୍ପ ଜଗତର କିମ୍ବଦନ୍ତୀ ପୁରୁଷ ରତନ ଟାଟା ବ୍ୟବସାୟିକ କାର୍ଯ୍ୟସହ ପରୋପକାର ଓ ଦାତବ୍ୟ ପାଇଁ ବି ବେଶ୍ ପରିଚିତ ଥିଲେ । ଅଗ୍ରଣୀ ଶିଳ୍ପପତି ହୋଇ ବି ମାନବିକ ମୂଲ୍ୟବୋଧରେ ବିଶ୍ୱାସ ଓ ପରୋପକାର ତାଙ୍କୁ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର କରିଛି । ବିଭିନ୍ନ କ୍ଷେତ୍ରରେ ଦାତବ୍ୟ କାର୍ଯ୍ୟ ପାଇଁ ବି ମନେ ରହିବେ ରତନ ଟାଟା । ଟାଟାଗ୍ରୁପ୍ ଅଧ୍ୟକ୍ଷ ଥିବା ବେଳେ ଓ ଅବସର ନେବା ପରେ ବିଭିନ୍ନ ଦାତବ୍ୟ କାର୍ଯ୍ୟକଳାପରେ ସଂପୃକ୍ତ ଥିଲେ ରତନ ଟାଟା ।

ଟାଟା ସନ୍ସର ସେବା ନିବୃତ୍ତ ଅଧ୍ୟକ୍ଷ ରତନ ଟାଟାଙ୍କର ବୁଧବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ତାଙ୍କର ବିୟୋଗ ଭାରତୀୟ ଶିଳ୍ପ ଜଗତରେ ସୃଷ୍ଟି କରିଛି ବିରାଟ ଶୂନ୍ୟସ୍ଥାନ । ତାଙ୍କ ଭଳି ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+