Get Updates
Get notified of breaking news, exclusive insights, and must-see stories!

ଶେଷଯାତ୍ରାରେ ରତନ ଟାଟା, ୱର୍ଲି ଅଭିମୁଖେ ମରଶରୀର

ଭାରତ ହରାଇଛି ଏକ ଅମୂଲ୍ୟ ରତ୍ନ । ବିଶିଷ୍ଟ ଶିଳ୍ପପତି ପଦ୍ମବିଭୂଷଣ ରତନ ଟାଟାଙ୍କ ପରଲୋକରେ ପୁରା ଦେଶରେ ଶୋକର ଛାୟା । ସେ କେବଳ ଜଣେ ବ୍ୟକ୍ତି ନଥିଲେ, ଥିଲେ ଅନୁଷ୍ଠାନ । ନିଜର ବ୍ୟକ୍ତିତ୍ୱ, ସରଳ ଜୀବନଶୈଳୀ, ପରୋପକାରୀ, ଭଦ୍ର, ମେଳାପି ସ୍ୱଭାବ ପାଇଁ ଖୁବ୍ ପରିଚିତ ଥିଲେ । ଲକ୍ଷ ଲକ୍ଷ ଯୁବ ବ୍ୟବସାୟୀଙ୍କ ପାଇଁ ଥିଲେ ଆଦର୍ଶ ।

ଦେଶରେ ଷ୍ଟାର୍ଟଅପଗୁଡିକର ବିକାଶ ପାଇଁ ତାଙ୍କର ଯୋଗଦାନ ପ୍ରଶଂସନୀୟ । ସେ ବୁଧବାର ରାତି ୧୧ଟାରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ରାଜନୀତି, ଖେଳ, କଳାଜଗତ ସହ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି।
ବର୍ତ୍ତମାନ ମୁମ୍ବାଇ ଶେଷଯାତ୍ରାରେ ରତନ ଟାଟା ୱର୍ଲି ଅଭିମୁଖେ ମରଶରୀର । ଏନସିପିଏ ଗ୍ରାଉଣ୍ଡରେ ଶେଷ ଦର୍ଶନ ପରେ ଅନ୍ତିମ ଯାତ୍ରା ଅନ୍ତିମ ଯାତ୍ରାରେ ସାମିଲ ହୋଇଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ । କିଛି ସମୟ ପରେ ୱର୍ଲିରେ ହେବ ତାଙ୍କ ଶେଷକୃତ୍ୟ ।

ratan tata


ହେଲେ ତାଙ୍କର ମୃତ୍ୟୁ ପରେ ସେ କିପରି ଲୋକଙ୍କ ମନରେ ରହିବାକୁ ଚାହୁଁଥିଲେ, ତା'ର ଏକ ପୂରୁଣା ଭିଡିଓ ଭାଇରାଲ ହେଉଛି। ମୃତ୍ୟୁ ପରେ ସେ ଏକ ଏମିତି ବ୍ୟକ୍ତି ଭାବେ ମନେ ରହିବାକୁ ଚାହୁଁଥିଲେ, ଯିଏ କିଛି ପରିବର୍ତ୍ତନ କରିଛନ୍ତି ବୋଲି ଲୋକେ କହିବେ। ଏକ ସାକ୍ଷାତକାରରେ ରତନ ଟାଟା ଲୋକଙ୍କ ମନରେ ଏପରି ମନେ ରହିବାକୁ ଚାହୁଁଥିଲେ ବୋଲି କହିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+