ରତନ ଟାଟା କେଉଁ ରୋଗରେ ଥିଲେ ପୀଡିତ ?
ମୁମ୍ବାଇ: ଆଉ ନାହାନ୍ତି ବିଶିଷ୍ଟ ଶିଳ୍ପପତି ପଦ୍ମ ବିଭୂଷଣ ରତନ ଟାଟା । ଜଣେ ରତ୍ନଙ୍କୁ ହରାଇଛି ଭାରତ। ୮୬ ବର୍ଷରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ରତନ ନାଭାଲ ଟାଟା । ବୟସାଧିକ କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ରତନ ଟାଟା ।
କିନ୍ତୁ ଡାକ୍ତରଙ୍କ ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ଚାଲିଗଲେ ରତନ ଟାଟା । ରୀତିନୀତି ଅନୁଯାୟୀ ମୁମ୍ବାଇ ୱର୍ଲିରେ ତାଙ୍କର ଶେଷକୃତ୍ୱ କରାଯିବ। ତେବେ ସେ କେଉଁ ରୋଗରେ ପିଡ଼ିତ ହୋଇଥିଲେ । କେଉଁ କାରଣରୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଥିଲା । ତେବେ ଆସନ୍ତୁ ଜାଣିବା, ରତନ ଟାଟା ଲୋ-ବିପିରେ ପୀଡିତ ଥିଲେ। ଯେଉଁଥିପାଇଁ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଥିଲା। ସେ ହୃଦରୋଗ ବିଶେଷଜ୍ଞ ଡାକ୍ତର ଶାହରୁଖ ଆସପି ଗୋଲିୱାଲାଙ୍କ ତତ୍ତ୍ୱାବଧାନରେ ଚିକିତ୍ସିତ ହେଉଥିଲେ।

ତେବେ ଡାକ୍ତରଙ୍କ ସତ ଚେଷ୍ଟା ପରେ ହିଁ ରତନ ଟାଟାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିନଥିଲା। ଏଥିସହ ତାଙ୍କର ବୟସାଧିକ ଯୋଗୁ ସମସ୍ୟା ପରିସ୍ଥିତିକୁ ଅଧିକ କଷ୍ଟସାଧ୍ୟ କରିଥିଲା। ମିଳିଥିବା ସୂଚନା ଅନୁଯାୟୀ, ରତନ ଟାଟା ନିମ୍ନ ରକ୍ତଚାପ ଯୋଗୁଁ ହାଇପୋଟେନ୍ସନ୍ ଦ୍ୱାରା ପୀଡ଼ିତ ଥିଲେ।
ଯେଉଁଥିପାଇଁ ତାଙ୍କ ଶରୀରର ଅନେକ ଅଙ୍ଗ ଧୀରେ ଧୀରେ କାମ କରିବା ବନ୍ଦ କରି ଦେଇଥିଲା। ସେ ଡିହାଇଡ୍ରେସନ୍ ସମସ୍ୟାରେ ମଧ୍ୟ ପୀଡିତ ଥିଲେ। ବୟସ୍କ ବ୍ୟକ୍ତିଙ୍କ ପାଇଁ ଏହା ଏକ ଗୁରୁତର ସମସ୍ୟା। ପରେ ବୁଧବାର ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।ରତନ ଟାଟାଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମ୍ପନ୍ନ ହେବ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏନେଇ ଘୋଷଣା କରିଛନ୍ତି।
ଦିବଂଗତ ଶିଳ୍ପପତିଙ୍କ ସମ୍ମାନାର୍ଥେ ଗୁରୁବାର ଶୋକ ଦିବସ ଘୋଷଣା କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ସିନ୍ଦେ ଘୋଷଣା କରିଛନ୍ତି ଯେ, ମହାରାଷ୍ଟ୍ରର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଜାତୀୟ ପତାକା ଅର୍ଦ୍ଧ ନମିତ ରହିବ। ଗୁରୁବାର ପାଇଁ ଧାର୍ଯ୍ୟ ହୋଇଥିବା ମନୋରଞ୍ଜନ କାର୍ଯ୍ୟକ୍ରମଗୁଡ଼ିକ ବାତିଲ କରାଯାଇଛି।












Click it and Unblock the Notifications