Ratan Tata: ତାଙ୍କର ଶେଷ ପୋଷ୍ଟ ଥିଲା ....
ରତନ ଟାଟା ଙ୍କ ର ଅକ୍ଟୋବର ୯ ତାରିଖ ରାତି ୧୧ ଟା ୪୫ ମିନିଟ ରେ ନିଧନ ହୋଇ ଯାଇଛି l ସେ ସୋମବାର ଦିନ ବାର୍ଦ୍ଧକ୍ୟ ଜନିତ ସମସ୍ୟା ରେ ଡାକ୍ତରଖାନା ରେ ଭର୍ତି ହୋଇଥିଲେ l ଏହାପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗମ୍ଭୀର ହେବାର ସୂଚନା ମିଳିଥିଲା l
X ରେ ତାଙ୍କର ଶେଷ ପୋଷ୍ଟ ଥିଲା ଯେ ମୁଁ ବାର୍ଦ୍ଧକ୍ୟ ସମ୍ବନ୍ଧୀତ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ଚିକିତ୍ସିତ ହେଉଛି l ଚିନ୍ତା କରିବାର କୌଣସି କାରଣ ନାହିଁ , ମୁଁ ଠିକ ଅଛି l ସେ ୧୯୯୧ ରେ ଟାଟା ସନ ର ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ୨୦୧୨ ରେ ନିଜର ଅବସର ପର୍ଯ୍ୟନ୍ତ ଟାଟା ଗ୍ରୁପ ର ନେତୃତ୍ୱ ନେଇଥିଲେ l ନିଜ କାର୍ଯ୍ୟକାଳ ସମୟ ରେ ରତନ ଟାଟା ୧୯୯୬ ରେ ଟାଟା ଟେଲି ସର୍ଭିସେସ ର ସ୍ଥାପନ କରିଥିଲେ l
ରତନ ଟାଟା ଜଣେ ମହାନ ବ୍ୟକ୍ତିତ୍ୱ ଭାବରେ ପରିଚିତ l ତାଙ୍କୁ ୨୦୦୦ ମସିହାରେ ପଦ୍ମ ଭୂଷଣ ରେ ସମ୍ମାନିତ କରାଯାଇ ଥିବା ବେଳେ ୨୦୦୮ ରେ ପଦ୍ମ ବିଭୁଷଣ ରେ ମଧ୍ୟ ସମ୍ମାନିତ କରାଯାଇ ଥିଲା l

କିଏ ହେବେ ଉତ୍ତରାଧିକାରୀ?
ରତନ ଟାଟାଙ୍କ ଦେହାନ୍ତ ପରେ ଭାରତର ଅନ୍ୟତମ ବିଶାଳ ବ୍ୟବସାୟ ସାମ୍ରାଜ୍ୟର ମଙ୍ଗଳ କିଏ ସମ୍ଭାଳିବେ ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ସମ୍ଭାବ୍ୟ ଉତ୍ତରାଧିକାରୀମାନଙ୍କ ମଧ୍ୟରୁ ନୋଏଲ ଟାଟାଙ୍କୁ ସବୁଠୁ ଯୋଗ୍ୟ ବିବେଚନା କରାଯାଉଛି। ସେ ହେଉଛନ୍ତି ରତନଙ୍କ ସାବତ ଭାଇ। ନୋଏଲଙ୍କ ତିନି ସନ୍ତାନ୍ତଙ୍କୁ ମଧ୍ୟ ଟାଟାଙ୍କ ଉତ୍ତରାଧିକାରୀ ଭାବେ ବିଚାର କରାଯାଉଛି।












Click it and Unblock the Notifications