କେତେ ସମ୍ପତ୍ତିର ମାଲିକ ରତନ ଟାଟା ? ଜାଣନ୍ତୁ କିଏ ହେବେ ଉତ୍ତରାଧିକାରୀ
Ratan Tata: ରତନ ଟାଟାଙ୍କ ପରଲୋକରେ ସାରା ବିଶ୍ୱରେ ଶୋକର ଲହରି ଖେଳିଯାଇଛି । ସମସ୍ତେ ଶ୍ରୀ ରଚନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଉଛନ୍ତି । ତେବେ ଚାଲନ୍ତୁ ଜାଣିବା କେତେ ସମ୍ପତ୍ତିର ମାଲିକ ଥିଲେ ରତନା ଟାଟା । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ରତନ ଟାଟା ୩,୮୦୦ କୋଟି ଟଙ୍କାର ସମ୍ପତ୍ତିର ମାଲିକ ସେ ଟାଟା କମ୍ପାନୀ ଆୟର ୬୬ ପ୍ରତିଶତ ଲୋକଙ୍କ ପାଇଁ ଖର୍ଚ୍ଚ କରିଥାନ୍ତି । ଡୋନେସନ ଏବଂ ଟ୍ରଷ୍ଟ ମାଧ୍ୟମରେ କମ୍ପାନୀ ପକ୍ଷରୁ ଖର୍ଚ୍ଚ କରାଯାଇଥାଏ ।
ସେହିପରି ଟାଟା ଅଧିନରେ ୩୦ଟି କମ୍ପାନୀ ରହିଛି । ଆଉ ଯଦି ଏହାର ମାର୍କେଟ ଭ୍ୟାଲୁ ଦେଖିବା ତାହେଲେ ଅଗଷ୍ଟ ୨୦ ୨୦୨୪ ସୁଦ୍ଧା ୪୦୩ ଆରବ ଡଲାର ରହିଛି । ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ, ରତନ ଟାଟାଙ୍କ ପରେ କିଏ ହେବେ ତାଙ୍କ ଉତ୍ତରାଧିକାରୀ । ତେବେ ରତନ ଟାଟାଙ୍କ ସାବତ ଭାଇ ନୋଏଲ୍ ଟାଟାଙ୍କ ନାଁ ରହିଛି ଆଗରେ । ନୋଏଲ୍ ଟାଟା, ରତନ ଟାଟାଙ୍କ ବାପା ନାଭାଲ ଟାଟାଙ୍କ ଦ୍ୱିତୀୟ ପତ୍ନୀ ସିମୋନଙ୍କ ପୁଅ।

ପରିବାରର ସଦସ୍ୟ ହୋଇଥିବାରୁ ନୋଏଲ୍ ଟାଟାଙ୍କ ନାମ ଆଗରେ ରହିଛି। ତେବେ ନୋଏଲ୍ ଟାଟାଙ୍କର ତିନୋଟି ସନ୍ତାନ ହେଉଛନ୍ତି ମାୟା ଟାଟା, ନେଭିଲ୍ ଟାଟା ଏବଂ ଲିଆ ଟାଟା। ରତନ ଟାଟାଙ୍କ ସମ୍ପତ୍ତିର ସମ୍ଭାବ୍ୟ ଉତ୍ତରାଧିକାରୀମାନଙ୍କ ମଧ୍ୟରେ ଏମାନେ ନାଁ ମଧ୍ୟ ସାମିଲ ଅଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା ନୋଏଲ୍ ଟାଟାଙ୍କ ପୁଅମାନେ ଏବେ ଟାଟା ଗ୍ରୁପର ବିଭିନ୍ନ ଦାୟିତ୍ୱରରେ ରହିଛନ୍ତି । ୩୪ ବର୍ଷୀୟ ମାୟା ଟାଟା ଟାଟା ଅପର୍ଚ୍ୟୁନିଟି ଏବଂ ଟାଟା ଡିଜିଟାଲରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଟାଟା ନ୍ୟୁ ଆପ୍ ଲଞ୍ଚରେ ତାଙ୍କ ଅବଦାନ ଅଧିକ ରହିଥିଲା । ସେହିପରି ୩୨ ବର୍ଷୀୟ ନେଭିଲ ଟାଟା ଟ୍ରେଣ୍ଟ୍ ଲିମିଟେଡ ପ୍ରମୁଖ ହାଇପର୍ ମାର୍କେଟ୍ ଚେନ୍ ଷ୍ଟାର୍ ବଜାରକୁ ଲିଡ୍ କରୁଥିବା ବେଳେ ୩୯ ବର୍ଷୀୟା ଲିଆ ଟାଟା ବର୍ତ୍ତମାନ ଟାଟା ଗ୍ରୁପର ହସ୍ପିଟାଲିଟି ସେକ୍ଟରକୁ ଦେଖୁଛନ୍ତି।












Click it and Unblock the Notifications