ସୋନିଆଙ୍କ ବୟାନକୁ ରାଷ୍ଟ୍ରପତି ଭବନ ପକ୍ଷରୁ କଡ଼ା ଆପତ୍ତି; ସର୍ବୋଚ୍ଚ ପଦବୀର ମର୍ଯ୍ୟାଦାକୁ ଆଘାତ ଦେଇଛି, ଏହା ଗ୍ରହଣୀୟ ନୁହେଁ'

ସୋନିଆଙ୍କ ବୟାନକୁ ରାଷ୍ଟ୍ରପତି ଭବନ ପକ୍ଷରୁ କଡ଼ା ଆପତ୍ତି। ବୟାନ ଜାରି କରି କଡ଼ା ଆପତ୍ତି ଜଣାଇଲା ରାଷ୍ଟ୍ରପତି ଭବନ। ସୋନିଆଙ୍କ ବୟାନ ଗ୍ରହଣୀୟ ନୁହେଁ କହିଲା ରାଷ୍ଟ୍ରପତି ଭବନ। ସର୍ବୋଚ୍ଚ ପଦବୀର ମର୍ଯ୍ୟାଦାକୁ ଆଘାତ ଦେଇଛି, ଏହା ଗ୍ରହଣୀୟ ନୁହେଁ' । କୌଣସି ବି କ୍ଷେତ୍ରରେ ରାଷ୍ଟ୍ରପତି ଥକିନାହାନ୍ତି ବୋଲି କହିଲା ରାଷ୍ଟ୍ରପତି ଭବନ । ଅବହେଳିତ ବର୍ଗଙ୍କ ବାବଦରେ କହିବା କଦାପି କ୍ଳାନ୍ତ ଆଣେନି।

Sonia Gandhi

ଭାଷଣ ବୋରିଂ ଏବଂ 'POOR LADY' କହି ରାଷ୍ଟ୍ରପତିଙ୍କୁ ତାଚ୍ଛଲ୍ୟ କଲେ ସୋନିଆ

ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ସୋନିଆ ଗାନ୍ଧିଙ୍କ ବିବାଦୀୟ ମନ୍ତବ୍ୟ । ରାଷ୍ଟ୍ରପତିଙ୍କୁ 'POOR LADY' ବୋଲି ମନ୍ତବ୍ୟ ଦେଲେ ସୋନିଆ ଗାନ୍ଧି । ଭାଷଣ ବୋରିଂ ଏବଂ 'POOR LADY' କହି ତାଚ୍ଛଲ୍ୟ କଲେ ସୋନିଆ। ଅଭିଭାଷଣ ପଢ଼ି ରାଷ୍ଟ୍ରପତି ଶେଷରେ ଥକି ଯାଇଥିବା କହିଲେ ସୋନିଆ। ସୋନିଆଙ୍କ ବିବାଦୀୟ ମନ୍ତବ୍ୟ ପରେ ସାରା ଦେଶରେ ପ୍ରତିକ୍ରିୟା ।

ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ। ସମ୍ବିଧାନ ନିର୍ମାତାଙ୍କୁ ପ୍ରଣାମ ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମହାକୁମ୍ଭ ଅଘଟଣକୁ ନେଇ ଦୁଃଖ ପ୍ରକାଶ କଲେ। ଆହତଙ୍କ ଆଶୁ ଆରୋଗ୍ୟ କାମନା କଲେ ରାଷ୍ଟ୍ରପତି। ଦେଶ ବର୍ତ୍ତମାନ ଦ୍ରୁତ ଗତିରେ ନିଷ୍ପତ୍ତି ନେଉଛି। '୨ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ସ୍ବାମୀତ୍ବ କାର୍ଡରେ ସାମିଲ ।

ବନ୍ଦେ ଭାରତ ଓ ନମୋ ଭାରତ ଟ୍ରେନ୍ ଦୌଡୁଛି। ୨୫ କୋଟି ଲୋକଙ୍କୁ ଗରିବୀ ସୀମାରୁ ଉପରକୁ ଉଠାଯାଇଛି। 'ଭାରତ ବିଶ୍ବର ୩ୟ ବଡ଼ ଅର୍ଥ ବ୍ୟବସ୍ଥା ହେବାକୁ ଯାଉଛି' । ସରକାରୀ କର୍ମଚାରୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ଗଠନ । ମଧ୍ୟବିତ୍ତ ଯେତେ ବଡ଼ ସ୍ବପ୍ନ ଦେଖିବ, ଦେଶ ସେତେ ଆଗେଇବ । ଆୟକର ଦାତାଙ୍କ ପାଇଁ ଟିକସ ବ୍ୟବସ୍ଥା ସରଳ କରାଯାଇଛି ।

ପିଏମ୍ ଗତି ଶକ୍ତି ଦ୍ବାରା ଦେଶରେ କନେକ୍ଟିଭିଟି ବଢ଼ିଛି । ଦେଶରେ ରେଲୱେ ନେଟୱର୍କ ଓ ବିମାନ ବନ୍ଦର ସଂଖ୍ୟା ବଢ଼ିଛି। କାଶ୍ମୀରରେ ସବୁଠୁ ଉଚ୍ଚ ରେଲୱେ ବ୍ରିଜ୍ ନିର୍ମାଣ ହୋଇଛି। ଦେଶରେ ମେଟ୍ରୋ ନେଟୱର୍କ ୧ ହଜାର କିମିରୁ ଊର୍ଦ୍ଧ୍ବ। ଦିଲ୍ଲୀରେ ମେଟ୍ରୋର ଦ୍ରୁତ ଗତିରେ ବିସ୍ତାର ହେଉଛି। ଶିଶୁ-ମାତୃ ମୃତ୍ୟୁ ହାରରେ ସୁଧାର ଆସିଛି।
କ୍ୟାନସର ଔଷଧ ଉପରେ କଷ୍ଟମ ଡ୍ୟୁଟି ହଟାଯାଇଛି।

ମହିଳାଙ୍କୁ ସଶକ୍ତ କରିବାର ଆମ ସରକାରର ଲକ୍ଷ୍ୟ। ୩ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବା ଆମ ସରକାରର ଲକ୍ଷ୍ୟ । 'ଏବେ ୧ କୋଟି ୩୦ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରାଯାଇଛି। ଡ୍ରୋନ୍ ଦିଦି ଜରିଆରେ ମହିଳାଙ୍କୁ ସଶକ୍ତ କରାଯାଉଛି। ଅଲିମ୍ପିକ୍ସରେ ଦେଶର ଝିଅମାନେ ପଦକ ଜିତୁଛନ୍ତି । ଆଜିର ମହିଳା ଲଢ଼ୁଆ ବିମାନ ଉଡ଼ାଉଛନ୍ତି। 'AI ଓ ଡିଜିଟାଲ କ୍ଷେତ୍ରରେ ଭାରତ ଏବେ ପଥ ପ୍ରଦର୍ଶକ। 'କ୍ରୀଡ଼ା ପାଇଁ ବିଶ୍ବସ୍ତରୀୟ ବାତାବରଣ ସୃଷ୍ଟି କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+